ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଆହତ ବ୍ୟକ୍ତିଙ୍କ ପାଇଁ ଭିକ୍ଷା ମାଗିଲେ ପ୍ରଶାସନିକ ଅଧିକାରୀ

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ନିଆରା କାର୍ଯ୍ୟ କରିଛନ୍ତି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନେ । ଏମାନେ ହାତରେ ଗାମୁଛା ଧରି କେନ୍ଦ୍ରାପଡା ରାଜନଗର ବଜାରରେ ବୁଲି ବୁଲି ଭିକ୍ଷା କରୁଛନ୍ତି । ମୃତ ପରିବାର ଲୋକଙ୍କ ପାଇଁ କିଛି ସହାୟତା ସମାନଙ୍କର ମୁଳ ଉଦ୍ଦେଶ୍ୟ । ଏହି ପରୋପକାରୀ ଲୋକଙ୍କ ମଧ୍ୟରେ ଅଛନ୍ତି ରାଜନଗର ଥାନାଅଧିକାରୀ, ବିଡ଼ିଓ, ତହସିଲଦାର, ବ୍ଲକ ଅଧକ୍ଷା, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଅନେକ ସଭ୍ୟ ଓ ସରପଞ୍ଚ । ବାହାନଗା ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଯାତ୍ରୀ ଓ ମୃତକଙ୍କ ପରିବାରକୁ ସାହାଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କିଛି ଅର୍ଥ ଦାନ କରିବାକୁ ଏହା ଏକ ଅଭିନବ ପ୍ରୟାସ ।

ସେମାନେ କେବଳ ଯେ ସାହାଯ୍ୟ ମାଗୁଥିଲେ ତାହା ନୁହେଁ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା କରିବା ସହିତ କ୍ୟାଣ୍ଡେଲ ମାର୍ଚ୍ଚ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରକାରୀ ଅଫିସର ଠାରୁ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ବଣିକ ସଙ୍ଘର କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ । ଦୋକାନ ଦୋକାନ ବୁଲି ଭିକ୍ଷା ମାଗିବା ସହ ବାଟରେ ଯାଉଥିବା ଲୋକେ ବି ସ୍ଵଇଛାରେ ଦାନ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଏମାନଙ୍କ ଉଦ୍ୟମକୁ ସାଧାରଣ ଲୋକ ବେଶ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *