
ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି । ନିକଟରେ ଅନୁଷ୍ଠିତ ଏକ ଅଧ୍ୟୟନ ଅନୁଯାୟୀ ମାତ୍ର ୧୦ ପ୍ରତିଶତ ରୋଗୀ ହୃଦ୍ଘାତର ଏକଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚିଥାନ୍ତି, ଯାହା ସେମାନଙ୍କ ଜୀବନ ରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ। ଯେତେଶୀଘ୍ର ସେମାନଙ୍କୁ ହସ୍ପିଟାଲକୁ ଅଣାଯିବ ଚିକିତ୍ସାରୁ ସେତେ ଅଧିକ ସୁଫଳ ମିଳିବ। ଏମ୍ସର କମ୍ୟୁନିଟି ମେଡିସିନ ସେଣ୍ଟରର ପ୍ରଫେସର ଡ ଆନନ୍ଦ କୃଷ୍ଣନଙ୍କ କହିବା ଅନୁସାରେ, ହରିୟାଣା ଫରିଦାବାଦର ବଲ୍ଲବଗଡ଼ ବ୍ଲକ୍ରେ ହୃଦ୍ଘାତରେ ମରିଥିବା ଲୋକମାନଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ରୋଗୀକୁ ହସ୍ପିଟାଲ ଆଣିବାରେ କାହିଁକି ବିଳମ୍ବ ହେଲା ଏବଂ ହସ୍ପିଟାଲରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଇବା ଲାଗି ସେମାନେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏ ବିଷୟରେ ମୃତକଙ୍କ ପରିବାର ଲୋକଙ୍କୁ ପଚରାଯାଇଥିଲା। ଏମ୍ସର ତିନୋଟି ବିଭାଗ – କାର୍ଡିଓଲୋଜି, ନ୍ୟୁରୋଲୋଜି ଓ କମ୍ୟୁନିଟି ମେଡିସିନ ପକ୍ଷରୁ ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପାଣ୍ଠିରେ ଏହି ଅଧ୍ୟୟନ କରାଯାଇଥିଲା। ଅନ୍ୟପଟେ ୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ତେବେ ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟାରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ସେହିପରି ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ ତେଣୁ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave a Reply