
କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବିବାଦୀୟ ପର୍ଯ୍ୟଟନସ୍ଥଳୀ ବାଲଡ଼ା ନାଗେଶ୍ବରୀ ପାହାଡ଼ ଓ ଗୁମ୍ଫାକୁ ଖଣି ଖାଦନ ମାନ୍ୟତା ଦେଇ ରାଜ୍ୟ ସରକାର ଆଦାନୀ ଗ୍ରୁପ ହାତକୁ ଟେକି ଦେବା ଘଟଣାକୁ ନେଇ ବିରୋଧ କରିଛନ୍ତି ଅଞ୍ଚଳ ବାସୀ । ପାହାଡ଼ ପାରିପାର୍ଶ୍ଵକ ୫ ପଞ୍ଚାୟତବାସୀଙ୍କୁ ନେଇ ଗଠିତ ମା’ନାଗେଶ୍ଵରୀ ପାହାଡ଼ ବଂଚାଅ ଅଭିଯାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏହି କ୍ରମରେ ନନ୍ଦପୁର ବ୍ଲକର ୫ ପଞ୍ଚାୟତ ବାଲଡ଼ା, ଭେଜା, ବାଡେଲ, ଅତଣ୍ଡା, କୁଲାବିରର ତିନି ହଜାରରୁ ଊର୍ଦ୍ଧ୍ବ ୧୨୨ ଖଣ୍ଡ ଗ୍ରାମର ମହିଳା ପୁରୁଷ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟରେ ଘେରାଉ କରିଥିଲେ।

ଏହି ଅଭିଯାନର ୫ପଂଚାୟତ ବାସୀ ଭାଗ ନେଇଥିଲେ। ଏହି ପାହାଡର ଖଣିରୁ ଆଲୁମିନିୟମ କଂଚାମାଲ ଉତ୍ତୋଳନ ହେବା ଦ୍ବାରା ଜୈବବିବିଧତା ପର୍ଯ୍ୟଟନସ୍ଥଳୀ ନଷ୍ଟ ହୋଇଯିବା ନେଇ , ଫ୍ଲାକ କାର୍ଡ ଧରି ଆଦାନୀ କମ୍ପାନୀ ଗୋ ବ୍ୟାକ୍ , ଗୋ ବ୍ୟାକ୍, ନାରାରେ ବିରୋଧ କାରିମାନେ ବିରୋଧ ପ୍ରଦର୍ଶନ କରିଥିଲେ