
()ପାଟକୁରା କୁଦାନାଗରୀ ଥାନା ଅନ୍ତର୍ଗତ ପଳଶୁଡ଼ା ବିଲେଇଶୁଣି ମକର ମେଳା ବୁଲିବାକୁ ଆସିଥିବା ଜଣେ ମହିଳାଙ୍କ ଗଳା କାଟି ଫେରାର ହେଲେ ଦୁର୍ବୁତ୍ତ। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ରଘୁନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର। ମହିଳାଙ୍କ ଘର କ୍ରିଷ୍ନା ନନ୍ଦ ପୁର ଥାନା ଅନ୍ତର୍ଗତ ଗଇଠି ପୁର ହୋଇଥିବା ବେଳେ ଆକ୍ରମଣ ର କାରଣ ଜଣା ପଡିନାହିଁ । ସୁଚନା ଅନୁଯାୟୀ କନିମୁଳ ପଞ୍ଚାୟତ ଗଈଠିପୁର ଗ୍ରାମର ଗଗନ ସେଠିଙ୍କ ପତ୍ନୀ ଜିନତା ସେଠି ଗତକାଲି ପଳଶୁଧା ଗ୍ରାମ ସ୍ଥିତ ବିଲେଇସୁଣୀ ମକର ଯାତ୍ରା ଦେଖିବାକୁ ଯାଇଥିଲେ । ନିକଟସ୍ଥ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ କେହି ଜଣେ ଦୁର୍ବୁତ୍ତ ଜିନତାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ କାଟି ଦେଇଥିଲା ।

ମେଳା ଦେଖିବାକୁ ଆସିଥିବା କିଛି ଲୋକମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଜିନତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ । ପରେ ଜିନତାଙ୍କୁ କଟକ ଏସ.ସି.ବି କୁ ସ୍ଥାନାନ୍ତର କରାଯାଇଛି । କ୍ରିସ୍ନାନନ୍ଦପୁର ଥାନା ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ।
Your point of view caught my eye and was very interesting. Thanks. I have a question for you. https://accounts.binance.com/de-CH/register?ref=UM6SMJM3