ଏମିତି ଏକ ଗାଁ ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ଶିଶୁ

କେରଳ, ଏହାର ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ବେଶ୍ ଜଣାଶୁଣା । ଭଗବାନଙ୍କ ନିଜ ପ୍ରଦେଶ ଭାବେ ବିଖ୍ଯାତ ଏହି ରାଜ୍ୟ ଏବେ ଆଉ ଏକ ଆଶ୍ଚର୍ଯ୍ୟ ପାଇଁ ସାରା ପୃଚିବୀରେ ର୍ଚ୍ଚାରେ । ଏହି ଆଶ୍ଚର୍ଯ୍ୟକର ଘଟଣା ପାଇଁ ପୃଥିବୀର ବିଭିନ୍ନ ଦେଶର ଗବେଷକ ଏବେ ଏଠାରେ ପହଞ୍ଚି ଗବେଷଣା କରିବାରେ ଲାଗିଛନ୍ତି । କିନ୍ତୁ ଏହାର ଉତ୍ତର ଏ ଯାଏଁ ପାଇବାରେ ବିଫଳ । ଏହି ଆଶ୍ଚର୍ଯ୍ୟକର ଘଟଣାଟି ହେଉଛି ‘ଯାଆଁଳା ଶିଶୁଙ୍କ ଗ୍ରାମ’ । ମାନେ ଗୋଟିଏ କିନ୍ତୁ ଏହି ଗାଁରେ ଅଛନ୍ତି 551 ଯୋଡା ଯାଆଁଳା ଶିଶୁ । କାନକୁ ବିଶ୍ବାସ ହେଉନି ନା ? ଏବେ ଆଖିରେ ଦେଖନ୍ତୁ । ……… ଏମିତି 551ରୁ ଅଧିକ ଯୋଡା ବା ଯାଆଁଳା ଶିଶୁ ଏହି ଗ୍ରାମରେ ଅଛନ୍ତି । ଯାହା ସାରା ବିଶ୍ବରେ ଏକ ନମ୍ବର ।


ପ୍ରତ୍ୟକ ଗାଁକୁ ଆପଣ ଗଲେ, ଏହାର ମୁଖଶାଳାରେ ଲେଖାଥାଏ ଆମ ଗାଁକୁ ଆପଣଙ୍କୁ ସ୍ବାଗତ । କିନ୍ତୁ କେରଳର କୋଡିନି ଗାଁ ପ୍ରବେଶ ବାଟରେ ଲେଖା ଅଛି “ଯାଆଁଳା ଶିଶୁଙ୍କ ଗ୍ରାମକୁ ଆପଣଙ୍କୁ ସ୍ବାଗତ” । କୋଚିରୁ ପ୍ରାୟ 150 କିଲୋମିଟର ଦୁର, ଏହି ଗାଁରେ 2 ହଜାର ପରିବାର ବାସ କରନ୍ତି । ଜୀବନଶୈଳୀ ଅନ୍ୟମାନଙ୍କ ପରି ସାଧାରଣ । 2023 ଜାନୁଆରୀ ସୁଦ୍ଧା କେବଳ ଏହି ଗାଁରେ 551ଟି ଯମଜ ବା ଯାଆଁଳା ଶିଶୁ ଅଛନ୍ତି। ଯାହାକି ଏକ ବଡ ଆଶ୍ଚର୍ଯ୍ୟ । ଏମିତି ତ ପ୍ରତି ସହରରେ ଯାଆଁଳା ଶିଶୁ ଦେଖା ଯାଆନ୍ତି । ମେଡିକାଲ ସାଇନ୍ସର ଗବେଷଣା ଅନୁସାରେ ଭାରତରେ ପ୍ରତି 1ହଜାର ଶିଶୁଙ୍କ ମଧ୍ୟରେ 9ଟି ଯମଜ ସନ୍ତାନ ଦେଖାଯାଆନ୍ତି, କିନ୍ତୁ କୋଡିନି ଗାଁ ଏକ ବ୍ୟତିକ୍ରମ । ଯେଉଁଠି ଏହି ହାର, ପ୍ରତି ଏକ ହଜାର ଜନ୍ମରେ 45 ରହିଛି। ଏହା ବିଶ୍ୱର ଅନ୍ୟତମ ସର୍ବୋଚ୍ଚ। ଏପରିକି ଗୋଟିଏ ବାପାମାଙ୍କଠାରୁ ଦ୍ବିତୀୟ ବା ତୃତୀୟ ଥର ସନ୍ତାନ ଜନ୍ମରେ ବି ଯାଆଁଳା ଶିଶୁ ହୋଇଛନ୍ତି ।

କିନ୍ତୁ ଏହାର ବୈଜ୍ଞାନିକ ବ୍ୟାଖ୍ୟା ରହିଛି କି? 2016 ଅକ୍ଟୋବରରେ, ସିଏସଆଇଆର- ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି ସମେତ ବିଭିନ୍ନ ଅନୁଷ୍ଠାନର ଗବେଷକ ଦଳ, କେରଳ ୟୁନିଭର୍ସିଟି ଅଫ୍ ଫିସରିଜ ଆଣ୍ଡ ଓସନ୍ ଷ୍ଟଡିଜ୍ ଏବଂ ୟୁନିଭର୍ସିଟି ଅଫ୍ ଲଣ୍ଡନ ଆଣ୍ଡ ଜର୍ମାନୀ ଏହି ଘଟଣାର ତଦନ୍ତ କରିବା ପାଇଁ କୋଡିନି ଗାଁକୁ ଯାଇଥିଲେ। ଗବେଷକମାନେ ସେମାନଙ୍କ ଅଧ୍ୟୟନର ଅଂଶ ବିଶେଷ ସ୍ୱରୂପ ଯାଆଁଳା ଶିଶୁଙ୍କ ଲାଳ ଓ କେଶର ନମୁନା ସଂଗ୍ରହ କରିଥିଲେ।


କିନ୍ତୁ ଗବେଷଣାରେ ସେମିତି କିଛି ଆଖି ଦୃଶିଆ ସଫଳତା ମିଳି ନ ଥିଲା । ଜେନେଟିକ୍ ବା ବଂଶଗତ କାରଣ ବ୍ୟତୀତ ଏହି ଗାଁର ପାଣିରେ ଏକ ନିର୍ଦ୍ଦିଷ୍ଟ ଉପାଦାନ ଥାଇପାରେ ବୋଲି କିଛି ଡାକ୍ତର କହିଥିଲେ। ଅନ୍ୟ ଏକ ଯୁକ୍ତିରେ ଗ୍ରାମବାସୀଙ୍କ ଖାଦ୍ୟପେୟ ପାଇଁ ଏପରି ହେଉଛି ବୋଲି କୁହାଯାଇଛି । ସାରା ବିଶ୍ୱରେ ଯୋଡ଼ା ଶିଶୁଙ୍କ ଜନ୍ମ ସଖ୍ୟା ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି କୃତ୍ରିମ ଗର୍ଭାଧାନ ବା ଆଇଭିଆର, କିନ୍ତୁ କୋଡ଼ିନିବାସୀଙ୍କ କ୍ଷେତ୍ରରେ ତାହା ହୋଇ ନଥାଏ। ଏଠି ସବୁ କିଛି ପ୍ରାକୃତିକ ଉପାୟରେ ହୋଇଥାଏ । ଗାଁର ଯାଆଁଳା ଶିଶୁଙ୍କ ଉତ୍ତର ଖୋଜିବା ପାଇଁ ଗବେଷକମାନେ ଏବେ ବି ଜେନେଟିକ୍ ଅଧ୍ୟୟନ ଜାରି ରଖିଛନ୍ତି।

କେମିତି ଜାଣିବାକୁ ମିଳିଲା ଗାଁର ଯୋଡ଼ା ଶିଶୁଙ୍କ ବିଷୟରେ। ଏହା ଦୁଇ ଯମଜ ଭଉଣୀଙ୍କ କୌତୁହଳ ଥିଲା, ଯେଉଁମାନେ ଅନୁଭବ କରିଥିଲେ ଯେ ସେମାନଙ୍କ ଶ୍ରେଣୀରେ ହିଁ ଆଠ ଯୋଡ଼ା ଯମଜ ଏବଂ ସେମାନଙ୍କ ବିଦ୍ୟାଳୟରେ 24 ଯୋଡ଼ା ଯୋଡ଼ା ଯମଜ ଅଛନ୍ତି। ଏହା ହିଁ ପ୍ରଥମ ଆବିଷ୍କାର ବୋଲି କୁହାୟାଉଛି। ଏହି ଖବର ପ୍ରଚାରିତ ହେବା ପରେ ସେମାନେ ଜାଣିବାକୁ ପାଇଲେ ଯେ କୋଡିନିରେ ପ୍ରାୟ 280 ଯୋଡ଼ା ଯମଜ ସନ୍ତାନ ଅଛନ୍ତି। ଏହା ଫଳରେ କୋଡିନି ଗାଁରେ ଜନ୍ମ ନେଇଛି ‘ଟାକା’ବା ‘ଟୁଇନ୍ସ ଆଣ୍ଡ୍ କିନ୍ ଆସୋସିଏସନ୍’, ଯାହା କୋଡ଼ିନିର ଯୋଡ଼ାଡ ଶିଶୁ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେଉଛି।

Twins Kehinde Adamolekun, left, and Taiwo Adamolekun, 28, attend the annual twins festival in Igbo-Ora South west Nigeria, Saturday, Oct. 8, 2022. The town holds the annual festival to celebrate the high number of twins and multiple births. (AP Photo/Sunday Alamba)

ତେବେ କୋଡ଼ିନି ଦୁନିଆର ଏକ ମାତ୍ର ଗାଁ ନୁହେଁ, ଯେଉଁଠି ଯାଆଁଳା ଶିଶୁ ଜନ୍ମ ନେଉଛନ୍ତି । ଭିଏତନାମରେ ହଙ୍ଗଲୋକ କମ୍ୟୁନ, ନାଇଜେରିଆର ଇଗ୍ ବୋ-ଓରା ଏବଂ ବ୍ରାଜିଲରେ କାଣ୍ଡିନୋ ଗୋଡୋଇ ଅଂଚଳ ରହିଛି ଯେଉଁଠି ଯମଜ ଶିଶୁ ଜନ୍ମ ହୁଅନ୍ତି । ଇଗ୍ ବୋ-ଓରାର କେତେକ ପରିବାରରେ, ଯାହାକୁ “ବିଶ୍ୱର ଯୁଗ୍ମ ରାଜଧାନୀ” ମଧ୍ୟ କୁହାୟାଏ, ସେଠାରେ ତିନି କିମ୍ବା ତା’ଠାରୁ ଅଧିକ ଯୋଡ଼ା ଶିଶୁ ଥିବା ପରିବାର ରହିଛି। ବିବିସିର ଏକ ରିପୋର୍ଟ ଅନୁସାରେ, କ୍ୟାଣ୍ଡିନୋ ଗୋଡୋଇରେ ଡବଲ୍ ଦେଖିବା ଏକ ସାଧାରଣ କଥା। କିନ୍ତୁ କୋଡିନିରେ ବିଶ୍ବର ସର୍ବାଧିକ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି ଏ ଯାଏଁ ।

Leave a Reply

Your email address will not be published. Required fields are marked *