
()କେନ୍ଦୁଝର ଜିଲ୍ଲା ଯୋଡା ବଲାଣି ଥାନା, ଆର୍ୟ୍ୟା ପ୍ଲାଣ୍ଟ ନିକଟ କାରୋ ନଦୀ ପୋଲରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଯୋଡ଼ା ଅଞ୍ଚଳର ୬୨ ବର୍ଷିୟ ଝାଡେଶ୍ୱର ସାହୁ। ସେ ଯୋଡ଼ା ଟାଟା ଷ୍ଟିଲ କମ୍ପାନୀର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ । ଅବସର ପରେ ସେ ନିଜ ପରିବାର ସହିତ ଯୋଡାରେ ରହି ବଲାଣି ଅଞ୍ଚଳରେ ଥିବା କୌଣସି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ଗତ କାଲି ସେ ପିକନିକ୍ ଯାଉଛି କହି ଘରୁ ବାହାରି ଆସି ଆଉ ଘରକୁ ଫେରି ନଥିଲେ ବୋଲି ତାଙ୍କ ପୁଅ ମନୋରଞ୍ଜନ ସାହୁ ସୂଚନା ଦେଇଛନ୍ତି । ଆଜି ସକାଳୁ କାରୋ ନଦୀ ବ୍ରିଜରେ ଝାଡେଶ୍ୱରଙ୍କ ମୃତ ଦେହ ଝୁଲୁ ଥିବାର ଦେଖିବାକୁ ମିଳିଥିଲା । ତେବେ କେଉଁ ପରିସ୍ଥିତିରେ ତାଙ୍କର ଏଭଳି ମୃତ୍ୟୁ ଘଟିଲା ତାହା ଜଣାପଡିନାହିଁ । ଏହା ଆତ୍ମହତ୍ୟା ନା ଆଉ କିଛି କାରଣ ରହିଛି ସେନେଇ ବଲାଣି ପୋଲିସ୍ ଖୋଳତାଡ଼ ଚଳାଇଛି । ପୋଷ୍ଟ ମାର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛି ପୋଲିସ ।