ଦୁଷ୍କର୍ମ ପରେ ବସିଲା କଙ୍ଗାରୁ କୋର୍ଟ, ଥାନାରେ ଗ୍ରାମର ମହିଳା

ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅଛି ଅନେକ ଆଇନ, କିନ୍ତୁ ଆମ ଲୋକମାନଙ୍କ ମାନସିକତା ପାଇଁ ଅନେକ ନିରୀହ ଶିଶୁ ଯୌନ ଉତ୍ପୀଡନର ଶିକାର ହେଲେ ମଧ୍ୟ ପାଉ ନାହାନ୍ତି ନ୍ୟାୟ। ନ୍ୟାୟ ଦେବେ କଣ କଙ୍ଗାରୁ କୋର୍ଟ ବସାଇ ଝିଅର ଇଜ୍ଜତର ମୂଲ୍ଯ କିଛି ଟଙ୍କାରେ ଗଣତି କରିବା ସହ ଥାନାକୁ ନ ଯିବାକୁ ଦେଉଛନ୍ତି ପରାମର୍ଶ। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲାରେ।

ରସୁଲପୁର ବ୍ଲକରେ ଜଣେ ୧୨ ବର୍ଷର ନାବାଳିକାକୁ ରାତିରେ ଏକାକୀ ପାଇ ଗାଁର ଜଣେ ୭୦ ବର୍ଷୀୟ ବୃଦ୍ଧ ତାର ଘରକୁ ନେଇ ଦୁଷ୍କର୍ମ କରିବା ସହ ଘରେ କାହାରିକୁ ଏହି କଥା କହିଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି । ତେବେ, ପୀଡିତାର ଭଉଣୀ ଏହା ଦେଖି ଘରେ କହିଥିଲା। ଘଟଣାଟି ଜଣା ପଡିବା ପରେ ସାହି ପଡିଶା ଅଭିଯୁକ୍ତକୁ ଧରି ପୋଲିସର ଜିମା ଦେବେ କଣ, ପୀଡିତାର ପରିବାରକୁ ୫ ହଜାର ଟଙ୍କା ଦେବା ସହ ଥାନାକୁ ନ ଯିବାକୁ କହିଥିଲେ। ଏଥିସହ ପୀଡିତାର ବାପାକୁ ଭୁଲ ମାଗିଥିଲା ଅଭିଯୁକ୍ତ।

ଏହି କଙ୍ଗାରୁ କୋର୍ଟର ଫୈସଲାକୁ ପୀଡିତା ଓ ତାର ମା’, ବାପା ଗ୍ରହଣ ନ କରି ବ୍ରହ୍ମବରଦା ଥାନାରେ ଏତଲା ଦେଇଥିଲେ। ଏହା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ସେପଟେ ଅଭିଯୋଗକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଗାଁର ଏକାଧିକ ମହିଳା ପୀଡିତାକୁ ନ୍ୟାୟ ଦେବାକୁ ଥାନାକୁ ଆସିଥିବା ଦେଖିବାକୁ ମିଳିଛି।

ତେବେ ଏପରି ଘଟଣା ଦେଖିବା ପରେ ଲଜ୍ଜାରେ ମୁଣ୍ଡ ନଇଁ ଯାଉଛି। ଆମ ଦେଶରେ ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ମଧ୍ୟରୁ ଅଧିକାଂଶ ସମ୍ପର୍କୀୟ, ପରିବାର ବର୍ଗଙ୍କ ଦ୍ବାରା ହୋଇଥାଏ। ତଥାପି ଲୋକଙ୍କ ଭିତରେ ଆସୁନି ପରିବର୍ତ୍ତନ।

2 thoughts on “ଦୁଷ୍କର୍ମ ପରେ ବସିଲା କଙ୍ଗାରୁ କୋର୍ଟ, ଥାନାରେ ଗ୍ରାମର ମହିଳା

  1. Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?

Leave a Reply

Your email address will not be published. Required fields are marked *