ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାଙ୍ଗକୁ ମାରି ଫୋପାଡିଲା ସାଙ୍ଗ

ସାଙ୍ଗ ସାଜିଲା ସାଙ୍ଗର ଶତ୍ରୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାଙ୍ଗକୁ ମାରି ଫୋପାଡି ଦେଲା ଆଉ ଜଣେ ସାଙ୍ଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ଥାନା ଅଧୀନ ଘୁ. ରମ୍ଭା ଗାଁରେ । ଗାଆଁ ବନ୍ଦର ସାହି ର ଏକ ଯୁବକ କୁ ତାର ଦୁଇ ସାଙ୍ଗ ଘରୁ ଡାକି ନେଇ ହତ୍ୟା କରିବା ପରେ ଘାଟି ତଳ କୁ ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ଏକ ଗଛ ମୂଳ ରେ ମୃତ ଦେହ କୁ ପୋତି ଦେଇଥିଲେ l ମୃତକ ହେଲେ ରମ୍ଭା ଗାଁ ର ଯଜ୍ଞପ୍ରଧାନ l ପରିବାର ଲୋକ ବହୁ ଖୋଜାଖୋଜି ପରେ ଗତ ୧୦ ତାରିଖ ଦିନ ଭଞ୍ଜନଗର ଥାନା ରେ ଏତଲା ଦେଇଥିଲେ l

ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ କରିବା ପରେ ନିଖୋଜ ଯଜ୍ଞ ପ୍ରଧାନଙ୍କ ମୃତ ଦେହ କଳିଙ୍ଗା ଘାଟି ତଳୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ୩୦ ତାରିଖ ଦିନ ଯଜ୍ଞର ଦୁଇଜଣ ସାଙ୍ଗ ତାକୁ ଘରୁ ବାଇକ ରେ ବସାଇ ଆଣିଥିଲେ ସେହି ଦିନ ଠାରୁ ତାର ସନ୍ଧାନ ପାଇନଥିଲେ ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁଯାୟୀ ପୋଲିସ ସେହି ଦୁଇ ଜଣ ସାଙ୍ଗକୁ ଅଟକ ରଖି ପଚରା ଉଚରା କରିବାରୁ ସେମାନେ ଜଜ୍ଞକୁ ହତ୍ୟା କରିବା ସ୍ୱୀକାର କରିବା ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କରିଥିବା ସ୍ବୀକାର କରିଛନ୍ତି l ଏପଟେ ଭଞ୍ଜନଗର ଏସଡିପିଓ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଘଟଣା ର ସମ୍ପୂର୍ଣ ତଥ୍ୟ ତଦନ୍ତ ପରେ ହିଁ ସତ୍ୟତା ଜଣାପଡିବ l

Leave a Reply

Your email address will not be published. Required fields are marked *