ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଆହତ

ଛତିଶଗଡର ବିଜାପୁରରେ ଆଇଇଡି ବିସ୍ଫୋରଣ। ସୋମବାର ସକାଳୁ ବିଜାପୁରରେ ହୋଇଥିବା ଆଇଇଡି ବିସ୍ଫୋରଣରେ ୨ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଏୟାର ଲିପ୍ଟ କରାଯାଇଥିବା ସୂଚନା ଦେଇଛି ପୋଲିସ।
ପୋଲିସ ସୂଚନା ମୁତାବକ, ସୋମବାର ସକାଳୁ ସିଆରପିଏଫ ଟିମ ପୁସନାରରୁ ହିରୋଲିକୁ ସ୍ଥାନାନ୍ତର ହୋଇଥିଲା ଅଞ୍ଚଳର ଯାଞ୍ଚ ପାଇଁ। ସେଠାରେ ମାଓବାଦୀ ଗତିବିଧିର ଖାନତଲାସ ଚାଲିଥିବା ବେଳେ ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ସଂଯୋଗ ହୋଇଥିବା ବିସ୍ଫୋରକ ଉପରେ ପାଦ ପଡିଯିବାରୁ ତାହାର ବିସ୍ଫୋରଣ ହୋଇଥିଲା।
ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଗଙ୍ଗାଲୁର ନିକଟବର୍ତ୍ତୀ ଟାକମେଟା ପାହାଡ ଉପରେ ଏହି ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଯବାନ ଆହତ ହୋଇଥିଲେ।
ଏହା ପୂର୍ବରୁ ମେ ମାସ ପ୍ରଥମାର୍ଦ୍ଧରେ ସେହି ବିଜାପୁରରେ ୨୦୨ ବାଟାଲିୟନର କୋବ୍ରା ଫୋର୍ସର ଦୁଇ ଜଣ ଯବାନ ଏନକାଉଣ୍ଟରରେ ଆହତ ହୋଇଥିଲେ। ପୁସନାର ଓ ହିରୋଲିରେ ଏକ ଆଇଇଡି ଆକ୍ରମଣ ପାଇଁ ମାଓବାଦୀମାନେ ଯୋଜନା କରୁଥିବାର ସୂଚନା ପୋଲିସକୁ ମିଳିଥିଲା। ସୂଚନା ଆଧାରରେ ଅପରେସନ ଚାଲିଥିବା ବେଳେ ମାଓବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।

Leave a Reply

Your email address will not be published. Required fields are marked *