ଭୁବନେଶ୍ୱର: ରାସ୍ତା ମଝିରେ ଅଘଟଣ, CNG ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

ରାସ୍ତା ମଝିରେ ଅଘଟଣ । CNG ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଛି । ଭୁବନେଶ୍ୱର NH-16 ପଳାଶୁଣୀ ଓଭର୍ ବ୍ରିଜ୍ ଉପରେ ଚଳନ୍ତା ଟ୍ୟାଙ୍କରରୁ ଏହି ଗ୍ୟାସ୍ ଲିକ୍ ହୋଇଛି ।

ସୂଚନା ଅନୁସାରେ ଫିଲିଂ ଷ୍ଟେସନକୁ ଯାଉଥିଲା କମ୍ପାନୀ ଟ୍ୟାଙ୍କର । ତେବେ ଯାଉଥିବା ବେଳେ ରାସ୍ତାରେ ଗାଡ଼ିରୁ ଗ୍ୟାସ୍ ଲିକ୍ ହେଉଥିଲା କିନ୍ତୁ ଡ୍ରାଇଭର ଜାଣିନଥିଲେ । ଗ୍ୟାସ୍ ଲିକ୍ ହେଉଥିବା ନେଇ ଅନ୍ୟ ଗାଡ଼ି ଡ୍ରାଇଭର ସୂଚନା ଦେଇଥିଲେ । ପଳାଶୁଣୀ ରାସ୍ତାରେ ଗାଡ଼ି ଅଟକାଇଥିଲେ ଡ୍ରାଇଭର । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଥିଲା ।

ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ପାଣି ପକାଯାଇ ଗ୍ୟାସ୍ ନିୟନ୍ତ୍ରଣ କରାଯାଇଥିଲା । ଏହାପରେ ଏକ୍ସପର୍ଟ ଟିମ୍ ଗ୍ୟାସ୍ ଲିକ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିଲେ । ଗ୍ୟାସ୍ ଭଲବ ବନ୍ଦ ପରେ ଟ୍ୟାଙ୍କରକୁ ଅନ୍ୟତ୍ର ପଠାଇଯାଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଅଞ୍ଚଳରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଲୋକେ । କାରଣ ଗ୍ୟାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପିଥିଲେ ନିଆଁ ଲାଗିଯାଇଥାନ୍ତି । ସ୍ଥାନୀୟ ଲୋକେ ବହୁତ ସମସ୍ୟା ଭୋଗିଥାନ୍ତେ । ତେବେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାରୁ ତାହା ଏବେ ନିୟନ୍ତ୍ରଣାଧୀନ ରହିଛି ।

Leave a Reply

Your email address will not be published. Required fields are marked *