ମଣିପୁର ହିଂସା: କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିଥିବା ବେଳେ ଇମ୍ଫାଲରେ ଶାହ

ମଣିପୁରରେ ହିଂସା ଥମିବାର ନାମ ନେଉ ନାହିଁ। ଆଜିଠାରୁ ୪ ଦିନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ଗସ୍ତରେ ଥିବା ବେଳେ ସେଠାକାର ସ୍ଥିତିକୁ ନେଇ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଛନ୍ତି  ବରିଷ୍ଠ ନେତା ଜୟରାମ ରମେଶ। ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦାବି କରିଛନ୍ତି।  

ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ଜୟରାମଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ମଣିପୁର କଂଗ୍ରେସର ସମସ୍ତ ନେତାଙ୍କ ସହ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଥିଲେ।  ଏହି ପ୍ରତିନିଧି ରାଷ୍ଟ୍ରପତିଙ୍କ ନିକଟରେ ଏକ ଚାରି ପୃଷ୍ଠାର ରିପୋର୍ଟ ଦାଖଲ କରିବା ସହ ଅଭିଯୋଗ କରିଛି କି,  ବିଜେପିର ପୋଲାରାଇଜେସନ୍ ରାଜନୀତି ଯୋଗୁଁ ମଣିପୁର ଜଳୁଛି। ମେ ୩ ତାରିଖରୁ ମଣିପୁରରେ ହିଂସାର ସୂତ୍ରପାତ ହୋଇଥିବା ବେଳେ ବିଜେପିକୁ ଏଥିରୁ କିଛି ଫରକ ପଡିନି।  କାରଣ କର୍ଣ୍ଣାଟକ ନିର୍ବାଚନ ଉପରେ ​​ବିଜେପିର ସମସ୍ତ ଧ୍ୟାନ ଥିଲା। କଂଗ୍ରେସ ରାଷ୍ଟ୍ରପତିଙ୍କୁ ଦାଖଲ କିଥିବା ରିପୋର୍ଟରେ ୧୨ ସୂତ୍ରୀ  କାର୍ଯ୍ୟ ଯୋଜନା ଉପସ୍ଥାପନ କରି ଏହା ଦ୍ୱାରା ରାଜ୍ୟରେ ହିଂସା ବନ୍ଦ ହୋଇପାରିବ ବୋଲି କୁହାଯାଇଛି।

ଏହି ସାକ୍ଷାତକାର ପରେ ଦଳ ପକ୍ଷରୁ ଦଳର ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରାଯାଇଥିଲା। କଂଗ୍ରେସ କହିଛି ଯେ ଯେତେବେଳେ ଇବୋବି ସିଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମଣିପୁରରେ ଏହା ଘଟି ନଥିଲା। ଆଜି ମଣିପୁରର ପରିସ୍ଥିତି  ଆପଣଙ୍କ ଆଗରେ ରହିଛି। ଏହା ମଣିପୁର ଇତିହାସରେ ପ୍ରଥମ ଘଟଣା। ଏହା ପୂର୍ବରୁ ଏପରି ଘଟଣା କେବେ ହୋଇନାହିଁ | ଏହା ଏକ ଦୁର୍ଭାଗ୍ୟଜନକ ଘଟଣା | ଆଜି ବି ସେଠାରେ ହିଂସାରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାକୁ ନେଇ ବିଜେପିର କ’ଣ ଲୁକ୍କାୟିତ ଏଜେଣ୍ଡା ଆମକୁ ଜାଣେ ନାହିଁ ବୋଲି କହିଛି କଂଗ୍ରେସ।

ସେପଟେ ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତରେ ଅଛନ୍ତି। ଆଗାମୀ କିଛି ଦିନ ଧରି ଗୃହମନ୍ତ୍ରୀ ଏଠାରେ ରହି ବରିଷ୍ଠ ସେନା ଅଧିକାରୀ ତଥା ବିଭିନ୍ନ ଦଳ ତଥା ନାଗରିକ ସମାଜ ସଂଗଠନର ଲୋକଙ୍କୁ ଭେଟିବା ଓ ବୈଠକର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରାଜ୍ୟରେ ଚାଲିଥିବା ହିଂସାକୁ ରୋକିବା ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କିଛି ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି।

 ଗତକାଲି ସେ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈ ଠକ ମଧ୍ୟ କରିଥିଲେ। ରବିବାର ଦିନ ହୋଇଥିବା ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାରଜଣ ଆହତ ହୋଇଥିଲେ। ମଙ୍ଗଳବାର ସୁଦ୍ଧା ସେଠାର ହିଂସା ଘଟଣାରେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୦ରେ ପହଞ୍ଚି ଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *