ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର


ରାଇରଙ୍ଗପୁର ୪୯ ନମ୍ବର ଜାତୀୟ ରାଜପଥ ବିଶୋଇ- ଯଶିପୁର ପାଲଟିଛି ମରଣଯନ୍ତା ।ପ୍ରତି ସପ୍ତାହରେ ଜଣେ ନା ଜଣଙ୍କର ମୁଣ୍ଡ ଯାଉଛି ।ଅକାଳରେ ଚାଲି ଯାଉଛି ଧନ ଜୀବନ ।ପରିବାର ହୋଇଯାଉଛନ୍ତି ସର୍ବସ୍ବାନ୍ତ । ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଂଚଳରେ ଶନିବାର ରାତି ପାଖାପାଖି ୯ଟା ସମୟରେ ଜାମିରଡିହା ସ୍ଥିତ ଅରବିନ୍ଦ ସ୍କୁଲ ସମ୍ମୁରେ କୌଣସି କାରଣରୁ OD 11 A 6703 ନମ୍ବର ର ଏକ ମାଲବାହୀ ସିମେଣ୍ଟ ବୋଝେଇ ଟ୍ରକ୍ ଜାତୀୟ ରାଜପଥ ରାସ୍ତା କଡରେରେ ଛିଡ଼ା ହୋଇଥିଲା । ଉକ୍ତ ସମୟରେ ପଛ ପଟୁ ଯାଉଥିବା OR 01 S 4824 ନମ୍ବର ବାଇକ୍ ରେ ଯାଉଥିବା ଦୁଇ ଆରୋହୀ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ପିଟି ହୋଇ ଟ୍ରକ୍ ତଳେ ପଡ଼ି ଯାଇଥିଲେ। ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ସୁନା ଯୋଡିଆ ଗ୍ରାମର ମନୋଜ ମୁର୍ମୁଙ୍କ(୪୨) ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଉକ୍ତ ଗ୍ରାମର ଚରଣ ମୁର୍ମୁ ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଓ ବାଇକକୁ ଜବତ୍ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତରିତ କରିଛି ।

Leave a Reply

Your email address will not be published. Required fields are marked *