ବ୍ୟାଙ୍କ ଲୁଟିବାକୁ ଆସିଥିଲା ଡକାୟତ, ଖେଳ କରିଦେଲେ ୬୯ ବର୍ଷର ବୃଦ୍ଧ, ଜେଲ୍ ଗଲା ଡକାୟତ

ଆପଣ ନିଶ୍ଚିତ ଭାବରେ ବ୍ୟାଙ୍କ ଡକାୟତି ଖବର ଅନେକ ଥର ଶୁଣିଥିବେ । ବ୍ୟାଙ୍କରେ କାର୍ମଚାରୀଙ୍କ ଉପସ୍ଥିତରେ ବନ୍ଧୁକ ମୁନରେ ଡକାୟତ ମାନେ ଏହି ଲୁଟପାଟ କରିଥାନ୍ତି । ଆଉ ସେତେବେଳେ ଲୋକେ ପୂରା ଅସହାୟ ହୋଇପଡନ୍ତି । କିନ୍ତୁ ଆମେରିକାର କାଲିଫର୍ନିଆରୁ ବ୍ୟାଙ୍କ ଡକାୟତିର ଏଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଡକାୟତି ହୋଇପାରି ନାହିଁ ଏବଂ ଜଣେ ୬୯ ବର୍ଷ ବୟସ୍କ ବ୍ୟକ୍ତି ଡକାୟତି କରିବାକୁ ଆସିଥିବା ଚୋରକୁ ଏପରି ଭାବରେ ଅଟକାଇ ଦେଇଛନ୍ତି, ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।

ବାସ୍ତବରେ ଏହି ଘଟଣା ଆମେରିକାର କାଲିଫର୍ନିଆର । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୬୯ ବର୍ଷିୟ ମାଇକେଲ ଆର୍ମସ୍ ଜଣେ ଗ୍ରାହକ ଏବଂ ସେ କୌଣସି କାମ ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ । ସେ ଦେଖିଲେ ଜଣେ ମୁଖା ପିନ୍ଧିଥିବା ସନ୍ଦିଗ୍ଧ ବ୍ୟକ୍ତି କ୍ୟାସ କାଉଣ୍ଟରରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ତାଙ୍କ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ଥିବା କହୁଥିଲା । ଯଦି ତାଙ୍କୁ ଟଙ୍କା ନଦିଆଯାଏ ତେବେ ସେ ବିସ୍ଫୋରଣ କରିବେ । କେବଳ ଏତିକି ଶୁଣି ଏହି ବୃଦ୍ଧ ଜଣକ ହୃଦୟଙ୍ଗମ କରିଥିଲେ ଯେ, ଏହି ବ୍ୟକ୍ତି ବ୍ୟାଙ୍କ ଲୁଟିବାକୁ ଆସିଛି ।

ଏହା ପରେ ସେ ସଙ୍ଗେ ସଙ୍ଗେ ତାଙ୍କ ପାଖରେ ପହଞ୍ଚି ତାଙ୍କ ସହିତ ହାତ ମିଳାଇଲେ । ସେତେବେଳେ ସେହି ଡକାୟତ ପ୍ରଶ୍ନ ହୋଇଯାଇଥିଲେ ଯେ, ଏହି ବ୍ୟକ୍ତି କେଉଁଠୁ ଆସିଛନ୍ତି ? କଥାବାର୍ତ୍ତା ହୋଇ ବୃଦ୍ଧ କହୁଛନ୍ତି, ମୁଁ ତୁମ ପଡ଼ୋଶୀ ରହିସାରିଛି । ସେ ପୁଣି ଦ୍ୱନ୍ଦ୍ୱରେ ପଡ଼ିଗଲେ ଯେ, ସେ ଏହି ବ୍ୟକ୍ତିଙ୍କୁ କେବେ ଦେଖିନାହାନ୍ତି ଏବଂ ସେ ନିଜକୁ ପଡ଼ୋଶୀ ବୋଲି କହୁଛନ୍ତି ।

ଏହା ପରେ ଏହି ବୃଦ୍ଧ ଜଣକ ହାତ ମିଳାଇବା ପରେ ତାଙ୍କୁ ଆଲିଙ୍ଗନ କରି କହିଥିଲେ ଯେ, ତୁମର ଏତେ ଦିନ ପରେ ସାକ୍ଷାତ ପାଇଛି ଏବଂ ତୁମେ ମତେ ଚିହ୍ନିପାରୁନ । ବୃଦ୍ଧ ଜଣକ ଏହା ମଧ୍ୟ କହିଥିଲେ ଯେ, ତାଙ୍କୁ କିଛି ଟଙ୍କା ଦରକାର ଏବଂ ସେ ଟଙ୍କା ଉଠାଇବାକୁ ଆସିଛନ୍ତି । ସେ ତାଙ୍କୁ ସାହାଯ୍ୟ କରିପାରିବ କି ? ଏହି ବାର୍ତ୍ତାଳାପ ଦୀର୍ଘ ସମୟ ଧରି ଚାଲିଥିଲା, ସେପର୍ଯ୍ୟନ୍ତ ବ୍ୟାଙ୍କ କର୍ମଚାରୀ ମାନେ ସଚେତନ ହୋଇଥିଲେ ଏବଂ ପୋଲିସର ସାହାଯ୍ୟରେ ସେମାନେ ଡକାୟତକୁ ଧରିଥିଲେ ।

Leave a Reply

Your email address will not be published. Required fields are marked *