ସଂସଦ ଭବନ ବିଜେପିର ନୁହେଁ ବରଂ ସମଗ୍ର ଦେଶର: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହକୁ ନେଇ ଅନ୍ୟ
କଂଗ୍ରେସ କର୍ମୀଙ୍କ ଠାରୁ ଭିନ୍ନ ବୟାନ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, “ସଂସଦ ଭବନ ବିଜେପିର ନୁହେଁ ବରଂ ସମଗ୍ର ଦେଶର ଅଟେ । ମୋଦୀଙ୍କୁ ବିରୋଧ କରିବାଟା ଠିକ୍ କିନ୍ତୁ ‘ଦେଶ’କୁ ବିରୋଧ କରିବା ଠିକ୍ ନୁହେଁ ।

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହକୁ ବୟକଟ କରିବାକୁ ଘୋଷଣା କରିଛନ୍ତି । ବୁଧବାର କଂଗ୍ରେସ ଦଳ ସମାନ ବିଚାରଧାରା ବିରୋଧୀ ଦଳ ମାନଙ୍କୁ ଏକ ବିବୃତ୍ତି ଜାରି କରି କହିଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ ଦେବା କେବଳ ତାଙ୍କ ଗରିମା ପ୍ରତି ଅପମାନ ନୁହେଁ ବରଂ ଗଣତନ୍ତ୍ର ଉପରେ ମଧ୍ୟ ଆକ୍ରମଣ ।

ନୂତନ ଭବନର ଉଦଘାଟନ ନେଇ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର କହିଛନ୍ତି ଯେ, ମେ ୨୮ରେ ସଂସଦର ନୂତନ ଭବନର ଉଦଘାଟନ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରାଜନୀତି ସହ ଜଡିତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଗୃହମନ୍ତ୍ରୀ କହିଛନ୍ତି ଯେ, “ନୂତନ ସଂସଦ ଗୃହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିର ଏକ ଉଦାହରଣ”। ସେ କହିଛନ୍ତି ଯେ, ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସଂସଦ ଗୃହ ନିର୍ମାଣରେ ସହଯୋଗ କରିଥିବା ୬୦,୦୦୦ ଶ୍ରମିକଙ୍କୁ ମଧ୍ୟ ସମ୍ମାନିତ କରିବେ ।

Leave a Reply

Your email address will not be published. Required fields are marked *