ଆଉ ରିଟେଲରଙ୍କୁ ଦେବାକୁ ହେବନି ବ୍ୟକ୍ତିଗତ ତଥ୍ୟ

ଗ୍ରାହକଙ୍କୁ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ କେତେକ ନିର୍ଦ୍ଧିଷ୍ଟ ସେବା ଯୋଗାଇବା ପାଇଁ ମାଗି ପାରିବେ ନାହିଁ। ଏନେଇ  ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ  ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବିଭାଗୀୟ ସଚିବ ରୋହିତ କୁମାର ସିଂହ  ସୂଚନା ଦେଇଛନ୍ତି। ବହୁ ଉପଭୋକ୍ତାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ସିଂହ।

ସିଂହ କହିଛନ୍ତି କି, ବହୁ ଉପଭୋକ୍ତା ଏନେଇ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗରେ ଦର୍ଶାଯାଇଥିଲା କି, ସେମାନେ ବ୍ୟକ୍ତିଗତ କଣ୍ଚାକ୍ଟ ନମ୍ବର ନ ଦେବାରୁ ସେମାନଙ୍କୁ ରିଟେଲର ସେବା ଯୋଗାଇ ଦେବାକୁ ମନା କରିଦେଇଥିଲେ। ସେପଟେ ଏନେଇ ସେବା ଯୋଗଣକାରୀ କହିଛନ୍ତି କି, ଯେ ପର୍ଯ୍ୟନ୍ତ ସେମାନଙ୍କୁ ବ୍ୟକ୍ତିଗତ ସମ୍ପର୍କ ସମ୍ବନ୍ଧିତ ସବିଶେଷ ତଥ୍ୟ ନ ମିଳିଛି ସେମାନେ ବିଲ ପ୍ରସ୍ତୁତ କରି ପାରିବେ ନାହିଁ। ଗ୍ରାହକ ସୁରକ୍ଷା ଆଇନ ଅନୁଯାୟୀ ଏହା ଏକ ଅଯୁକ୍ତିକର ଏବଂ ପ୍ରତିବନ୍ଧକ ବାଣିଜ୍ୟ ଅଭ୍ୟାସ। ତଥ୍ୟ ସଂଗ୍ରହ କରିବା ପଛରେ କୌଣସି ଯୁକ୍ତିଯୁକ୍ତତା ନାହିଁ ବୋଲି ସିଂହ କହିଛନ୍ତି। 

ସେ ଆହୁରି କହିଛନ୍ତି କି ଏହା ଏକ ଗୋପନୀୟତା ସମ୍ବନ୍ଧିତ ପ୍ରସଙ୍ଗ। ତେଣୁ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଥି ସମ୍ବନ୍ଧରେ ଏକ ଆଡଭାଇଜୋରୀ ଜାରି କରାଯାଇଛି ସମନ୍ତ ରିଟେଲ ଇଣ୍ଡଷ୍ଟ୍ରୀ ଓ ଇଣ୍ଡଷ୍ଟ୍ରୀ ଚାମ୍ବର୍ସ  ସିଆଇଆଇ ଓ ଏଫଆଇସିସିଆଇକୁ। 
ଭାରତରେ ବିଲ ପ୍ରସ୍ତୁତ କରିବାକୁ ଗ୍ରାହକଙ୍କ ମୋବାଇ ନମ୍ବର ଦେବା ବାଧ୍ୟତାମୂଳକ ନୁହେଁ। ଯେତେବେଳେ ରିଟେଲର ସେମାନଙ୍କୁ ସେମାନଙ୍କ କଣ୍ଟାକ୍ଟ ନମ୍ବର ଦେବାକୁ ବାଧ୍ୟ କରୁଥିଲେ ଏହା ସେମାନଙ୍କୁ ଏକ ଅପ୍ରିତିକର ପରିସ୍ଥିତିରେ ପକାଇଥିଲା। ଏମିତିକି ନମ୍ବର ଦେବା ସେମାନଙ୍କ ପାଇଁ ବଧ୍ୟବାଧକତା ଥିଲା। ଆଉ ଯେଉଁ ଗ୍ରାହକ ନମ୍ବର ଦେବାକୁ ଅରାଜି ହେଉଥିଲେ, ସେମାନଙ୍କୁ ରିଲେଟରଙ୍କ ନିକଟରୁ ସେବା ମିଳୁ ନ ଥିଲା।

Leave a Reply

Your email address will not be published. Required fields are marked *