ମୁସଲମାନମାନଙ୍କର ସର୍ବବୃହତ ଧାର୍ମିକ ସଂଗଠନ ଜାମିଆତ୍ ଉଲେମା-ଏ-ହିନ୍ଦର କର୍ଣ୍ଣାଟକରେ ସରକାର ଗଢିଥିବା କଂଗ୍ରେସକୁ ଚେତାବନୀ। ସଂଗଠନର ମୁଖ୍ୟ ମୌଲାନା ଅର୍ଶଦ ମଦାନୀ ବଜରଙ୍ଗ ଦଳ ପ୍ରସଙ୍ଗରେ କଂଗ୍ରେସକୁ ତାର ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି। ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ ମୌଲାନା କହିଛନ୍ତି କି, କର୍ଣ୍ଣାଟକରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ କଂଗ୍ରେସ ପ୍ରତିଶୃତି ଦେଇ ମୁସଲମାନଙ୍କ ସମର୍ଥନ ପାଇଛି। ଏବେ କଂଗ୍ରେସକୁ ତାର ପ୍ରତିଶ୍ରୁତି ପାଳନ କରିବାକୁ ହେବ। ନଚେତ୍ ଆଗାମୀ ନିର୍ବାଚନରେ କଂଗ୍ରେସ ମୁସଲମାନଙ୍କ ବିଶ୍ୱାସ ହରାଇବସିବ।
ମୌଲାନା ମଦାନୀ କହିଛନ୍ତି କି, କର୍ଣ୍ଣାଟକରେ ବଜରଙ୍ଗ ଦଳକୁ କଂଗ୍ରେସ ନିଷିଦ୍ଧ କରିବା ଉଚିତ। କାରଣ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା କି ଦଳ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିଦେବ। ସେଥିପାଇଁ ମୁସଲମାନମାନେ କର୍ଣ୍ଣାଟକରେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଯଦି ବଜରଙ୍ଗ ଦଳକୁ ବ୍ୟାନ କରା ନ ଯାଏ, ତେବେ ମୁସଲମାନମାନେ କଂଗ୍ରେସକୁ ଆଉ ବିଶ୍ୱାସକୁ ନେଇ ପାରିବେ ନାହିଁ।
ଖାଲି ସେତିକି ନୁହେଁ, ଏହି ପ୍ରସଙ୍ଗରେ ମୌଲାନା ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିବା ମଧ୍ୟ ସାକ୍ଷାତକାରରେ କହିଛନ୍ତି। ଏଥିସହ ସେ କଂଗ୍ରେସକୁ ପୁନର୍ବାର ନେହେରୁଙ୍କ ଦଳ ହେବାକୁ ଆହ୍ୱାନ ଦେଇଛନ୍ତି। ଆଗକୁ ସେ କହିଛନ୍ତି କି, କର୍ଣ୍ଣାଟକ ଫଳାଫଳ ସାମ୍ପ୍ରଦାୟିକ ଶକ୍ତି ପାଇଁ ଶିକ୍ଷା ଅଟେ। କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ ପ୍ରତିଶ୍ରୁତିକୁ ମୁସଲମାନ ପଣ୍ଡିତ ସମର୍ଥନ କରିଛନ୍ତି। ଯାହାର ଫଳ ସ୍ୱରୂପ କଂଗ୍ରେସ ବିଜୟ ଲାଭ କରିଛି। ଏହି ପଦକ୍ଷେପ ୭୦ ବର୍ଷ ପୂର୍ବେ ଆଦର୍ଶ ଭାବରେ ନିଆଯାଇଥିଲା।
ଆପଣଙ୍କୁ କହିରଖୁଛୁ ଯେ କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ କ୍ଷମତାରୁ ହଟାଇ କଂଗ୍ରେସ ରାଜ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଦଳ ଏହାର ନିର୍ବାଚନୀ ଇସ୍ତାହାରରେ କହିଥିଲା କି, ସାମ୍ପ୍ରଦାୟିକ ସୌ ହାର୍ଦ୍ଦ୍ୟକୁ ନଷ୍ଟ କରୁଥିବା ବଜରଙ୍ଗ ଦଳ ଏବଂ ପିଏଫଆଇ (ପିପୁଲ୍ସ ଫ୍ରଣ୍ଟ ଅଫ୍ ଇଣ୍ଡିଆ) ଭଳି ସଂଗଠନ ବିରୋଧରେ ଦଳ କ୍ଷମତାକୁ ଆସିଲେ ପ୍ରଥମ ପଦକ୍ଷେପ ଭାବେ ଉଭୟ ଦଳକୁ ବ୍ୟାନ କରିବାକୁ ପଛଘୁଞ୍ଚା ଦେବ ନାହିଁ।