ଦିନେଶ ମୋଙ୍ଗିଆ ଓଡ଼ିଶା ରଣଜୀ ଟିମ୍ ମୁଖ୍ୟ କୋଚ୍, ଏକ ବର୍ଷ ପାଇଁ ଚୁକ୍ତି କଲା ଓସିଏ

ଓଡ଼ିଶା ରଣଜୀ ଟିମ୍ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ । ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । 2023-24 ସିଜିନ୍ ପାଇଁ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବେ ଦିନେଶ ।

ପୂର୍ବରୁ ୱାସିମ୍ ଜାଫରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଶା ଟିମର କୋଚ୍ ଦାୟିତ୍ବ ଦିଆଯାଇଥିଲା । ହେଲେ ତାଙ୍କୁ ବାଂଲାଦେଶ ଜାତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ବ ମିଳିବା ପରେ ସେ ଅଧାରୁ ଓହରି ଯାଇଥିଲେ । ୱାସିମ ଜାଫରଙ୍କ ସହମତିରେ ସିଏସିର ତିନି ଜଣିଆ କମିଟି ମୁଖ୍ୟ କୋଚ୍ ଭାବେ ଦିନେଶଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ଓଡ଼ିଶାର ତିନି ଜଣ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିଙ୍କୁ ମୁଖ୍ୟ କୋଚ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେମାନେ କିନ୍ତୁ ନିଜର ବ୍ୟକ୍ତିଗତ କାରଣରୁ ଏହି ଦାୟିତ୍ୱ ନେଲେ ନାହିଁ । ମୋଙ୍ଗିଆଙ୍କ ସହ ଓସିଏର ବର୍ଷିକିଆ ଚୁକ୍ତି ହୋଇଥିବା କହିଛନ୍ତି ସଞ୍ଜୟ ।

Leave a Reply

Your email address will not be published. Required fields are marked *