Ganjam Explosion : ଖଲ୍ଲିକୋଟରେ ଭୟଙ୍କର ବିସ୍ଫୋରଣ, ଭୁଶୁଡ଼ିଲା ଘରର କାନ୍ଥ, ଉପୁଡ଼ିଗଲା ଗ୍ରୀଲ୍ !

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଭୟଙ୍କର ବିସ୍ଫୋରଣ। ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ପୂରା ଅଞ୍ଚଳ। ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ଉପୁଡ଼ିଗଲା ଲୁହା ଗ୍ରୀଲ୍। ଏଭଳି ଏକ ଭୟଙ୍କର ବିସ୍ଫୋରଣ ଘଟିଛି ଖଲ୍ଲିକୋଟ ଅରବିନ୍ଦ ନଗର ଦ୍ୱିତୀୟ ଲାଇନରେ। ଏକ ଘର ଭିତରେ ହଠାତ୍ ଜୋରଦାର ବିସ୍ଫୋରଣ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଆତଙ୍କ।

ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଲୁହା ଗ୍ରୀଲ୍ ସମ୍ପୂର୍ଣ୍ଣ ଉପୁଡ଼ି ଯାଇଥିବା ବେଳେ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଆଖପାଖ ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ଅଚାନକ ଏଭଳି ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ଦେଖିବାକୁ ମିଳିଛି ବ୍ୟାପକ କ୍ଷୟକ୍ଷତିର ଚିତ୍ର। ଘରର ଭାଙ୍ଗିଯାଇଥିବା କାନ୍ଥ ଓ ଉପୁଡ଼ି ପଡ଼ିଥିବା ଗ୍ରୀଲ୍ ବିସ୍ଫୋରଣର ଭୟାବହତାକୁ ବୟାନ କରୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିସ୍ଫୋରଣ ପଛର ପ୍ରକୃତ କାରଣ କ’ଣ, ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ।

ଘର ଭିତରେ କେଉଁ କାରଣରୁ ଏତେ ବଡ଼ ବିସ୍ଫୋରଣ ଘଟିଲା? କୌଣସି ଦୁର୍ଘଟଣା ଯୋଗୁଁ ଏହି ବିସ୍ଫୋରଣ ହୋଇଛି ନା ଏହା ପଛରେ ରହିଛି ଅନ୍ୟ କୌଣସି କାରଣ? ଏସବୁ ପ୍ରଶ୍ନର ଉତ୍ତର ଏବେ ବି ଅସ୍ପଷ୍ଟ।

ତେବେ ବିସ୍ଫୋରଣର ପ୍ରକୃତ କାରଣ, କ୍ଷୟକ୍ଷତିର ସମ୍ପୂର୍ଣ୍ଣ ପରିମାଣ ଏବଂ କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଘଟଣା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି।