ବୀରମହାରାଜପୁରରେ ଆପ୍‌ର ଶକ୍ତି ପ୍ରଦର୍ଶନ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ

ବୀରମହାରାଜପୁର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଯାଇଛି ଦଳରେ ସଫଳତାର ସହ କାମ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି|
କେଜ୍ରିୱାଲଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ପାଣି ମଡେଲକୁ ଓଡ଼ିଶାରେ ଲାଗୁ କରିବା ଉପରେ ଗୁରୁତ୍ୱାରୋପ ସହ ଆବଶ୍ୟକତା ପୂରଣ କରିବାଉପରେ ମତ ରଖିଥିଲେ
ବୀରମହାରାଜପୁର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆମ ଆଦମୀ ପାର୍ଟି ପକ୍ଷରୁ ବିଧାନସଭାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଛି, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନ ସୁଦୃଢ଼ କରିବା ସହ ଦଳୀୟ ରଣନୀତି ପ୍ରସ୍ତୁତ କରାଯାଇଥିଲା
ବୈଠକରେ ଆପ୍‌ ଓଡ଼ିଶାର ସହ ପ୍ରଭାରୀ ତଥା ଦିଲ୍ଲୀରୁ ଆସିଥିବା ଟିଙ୍କୁ ରାଜୋରା, ଜିଲ୍ଲା ସଭାପତି ବଲାଙ୍ଗୀର ର ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭବାନୀ ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ସେମାନେ ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଉଲ୍ଲେଖ କରି ଓଡ଼ିଶାରେ ମଧ୍ୟ ସେହିଭଳି ଜନମୁଖୀ ଶାସନ ବ୍ୟବସ୍ଥାର ଆବଶ୍ୟକତା ଉପରେ ମତ ରଖିଥିଲେ,

ଜିଲ୍ଲା ସଂଯୋଜକ ମାଧବ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଦଳର ସଂଗଠନକୁ ଗ୍ରାମସ୍ତରରେ ଅଧିକ ସୁଦୃଢ଼ କରିବା, ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେଇ ଦୃଢ଼ତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜନସମସ୍ୟାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା ହୋଇଥିଲା ଏହି ଅବସରରେ ସୁରେଶ କଲତା, ଘନଶ୍ୟାମ ଭୋଇ, ମାନସ ଗାଈଗରିଆ, ରାଜେଶଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ ନୂତନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ, ବକ୍ତାମାନେ କର୍ମୀଙ୍କୁ ସଂଗଠିତ ହୋଇ ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ,