ଇରାନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ବୟାନ !‘ଆମେ ଜିତିନି’ କହିଲେ ଦେଶଦ୍ରୋହୀ ବୋଲି ଘୋଷଣା

ଇରାନ ସହିତ ବଢୁଥିବା ତଣାପୋଡ଼ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତୀବ୍ର ବୟାନ ଦେଇ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଟ୍ରମ୍ପ କହିଛନ୍ତି, ଯେଉଁମାନେ କହୁଛନ୍ତି ଯେ ଆମେରିକା ଇରାନ ସଂଘର୍ଷରେ ବିଜୟୀ ହୋଇନାହିଁ, ସେମାନଙ୍କ କଥା ଦେଶଦ୍ରୋହ ସହ ସମାନ। ତାଙ୍କ ମତରେ, ଯୁଦ୍ଧରେ ଆମେରିକାର ସଫଳତା ଉପରେ ସନ୍ଦେହ କରିବା ଦେଶ ପ୍ରତି ଅବିଶ୍ୱାସ ପ୍ରକାଶ କରିବା ଭଳି।

ଏକ ସମ୍ପ୍ରତିକ କାର୍ଯ୍ୟକ୍ରମରେ ଆମେରିକୀୟ ସେନାର ପ୍ରଶଂସା କରି ଟ୍ରମ୍ପ କହିଥିଲେ ଯେ, ଆମେରିକା ଶକ୍ତିଶାଳୀ ଓ ବିଜୟୀ ଦେଶ। ଇରାନ ବିରୋଧରେ ଚାଲିଥିବା ଅଭିଯାନକୁ ନେଇ ସମାଲୋଚନା କରୁଥିବା ଲୋକଙ୍କୁ ସେ କଟୁ ଭାଷାରେ ଆକ୍ରମଣ କରିଥିଲେ।

ଏହା ସହ ଟ୍ରମ୍ପ ଏକ ସମୁଦ୍ର ଘଟଣାର ଉଲ୍ଲେଖ କରି କହିଥିଲେ ଯେ, ଆମେରିକୀୟ ନୌସେନା ଏକ ଇରାନୀ ମାଲବାହୀ ଜାହାଜକୁ ଅଟକାଇ ଗୁଳିଚାଳନା କରିଥିଲା। ଏହି ଘଟଣାକୁ ଉଦାହରଣ ଦେଇ ସେ କହିଥିଲେ, “ଆମେ ଯେପରି ଜଳଦସ୍ୟୁମାନଙ୍କ ଭଳି କାର୍ଯ୍ୟ କରି ଜାହାଜକୁ କବଜା କଲୁ।” ତଥାପି ସେ ଆମେରିକୀୟ ସେନା ଓ ନୌସେନାକୁ ବିଶ୍ୱର ସବୁଠାରୁ ସଶକ୍ତ ବଳ ବୋଲି ବର୍ଣ୍ଣନା କରିଛନ୍ତି।