ପାରାଦ୍ୱୀପ ବନ୍ଦର ପକ୍ଷରୁ ବାଉରିଆ ପାଳନ୍ଦା ବସ୍ତିବାସିନ୍ଦାଙ୍କୁ ବିସ୍ଥାପିତ କରି ରତ୍ନମାଳି ଜେମା ନଗର କୁ ସ୍ଥାନାନ୍ତର କରାଯାଇଥିବା ବେଳେ ମୌଳିକ ସୁବିଧା ଯୋଗାଇ ଦେବାରେ ଅବହେଳା ଯୋଗୁଁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ବସ୍ତି ବାସିନ୍ଦା। ପାନୀୟ ଜଳ ସମସ୍ୟା ଚରମ ସୀମାରେ ପହଞ୍ଚିଛି। ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାଣି ପିଇବା ଉପଯୋଗୀ ହୋଇନଥିବା ବେଳେ, ଟ୍ୟାଙ୍କର ଯୋଗେ ଦିଆଯାଉଥିବା ପାଣି ଆବଶ୍ୟକତା ପୂରଣ କରିବାରେ ବିଫଳ ହେଉଛି। ପ୍ଲଟ ବଣ୍ଟନରେ ଅନିୟମିତତା କରାଯାଇଥିବା ବେଳେ ଏବେବି ୨୦୦ ପରିବାରଙ୍କୁ ପ୍ଲଟ ବଣ୍ଟନ କରାଯାଇ ନାହିଁ। ବଣ୍ଟନ କରାଯାଇଥିବା ପ୍ଲଟ କୁ ସଂକୀର୍ଣ୍ଣ ରାସ୍ତା ଥିବା ବେଳେ ବିଦ୍ୟୁତିକରଣ ପାଇଁ ଇଲେକ୍ଟ୍ରି ଖୁଣ୍ଟ ପକାଇ ରାସ୍ତାକୁ ସଂକୁଚିତ କରାଯାଉଛି। ବର୍ଷେ ମଧ୍ୟରେ ଏପର୍ଯ୍ୟନ୍ତ ସ୍କୁଲ ଘର, ଅଙ୍ଗନବାଡି କେନ୍ଦ୍ର, ମନ୍ଦିର, ଖେଳ ପଡିଆ ଓ କଲ୍ୟାଣୀମଣ୍ଡପ ଆଦି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବର୍ଷା ଦିନରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ଏହି ସମସ୍ୟା ଗୁଡିକୁ ନେଇ ପାରାଦ୍ୱୀପ ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀ ପତ୍ର ଦେଇଛନ୍ତି ବସ୍ତି ବାସିନ୍ଦା।
ଟ୍ୟାପ୍ ରୁ ବାହାରୁଛି ଆଇରନ ଯୁକ୍ତ ପାଣୀ। ମୁନିସିପାଲିଟି ପକ୍ଷରୁ ଯୋଗେଇ ଦିଆଯାଉଥିବା ଟ୍ରାଙ୍କର ଯୋଗେ ପିଇବା ପାଣି ସଫିସେଣ୍ଟ ହେଉନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି କଲୋନୀ ବାସିନ୍ଦା । ଏଥିପ୍ରତି ନା ଜିଲ୍ଲାପ୍ରଶାସନର ଚିନ୍ତା ଅଛି ନା ପାରାଦୀପ ବନ୍ଦରର ନିଘା ଅଛି। ଦୀର୍ଘ ୪୦ ବର୍ଷ ଧରି ପାରାଦୀପ ମୁନିସିପାଲିଟର ୫ ନମ୍ବର ୱାର୍ଡରେ ରହୁଥିଲେ ପାଖାପାଖି ୪୦୦ ରୁ ଉର୍ଦ୍ଧ ପରିବାର। ତେବେ ପାରାଦୀପ ବନ୍ଦରର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପାଇଁ ଏହି ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରିବାର ଆବଶ୍ୟକ ପଡିବାରୁ ପାରାଦୀପ ବନ୍ଦର ପକ୍ଷରୁ ପିପିଏଲ ନିକଟସ୍ଥ ନିୟୁ ବାଉରିଆ ପାଳନ୍ଦା ତଥା ରତ୍ନମାଳି ଜେମା ନଗର ଜାଗାକୁ ଚିହ୍ନଟ କରାଯାଇଥିଲା । ଏବଂ ପାଣି,ରାସ୍ତା,ସ୍କୁଲ,ଅଙ୍ଗନୱାଡି,ମେଡିକାଲ,କଲ୍ୟାଣ ମଣ୍ଡପ ସମେତ ଆଲୋକିକରଣ କରିବା ପାଇଁ ପାରାଦୀପ ବନ୍ଦର ପକ୍ଷରୁ ଯୋଗାଇ ଦିଆଯିବା ପାଇଁ ପ୍ରତିଶୃତି ପାଇବା ପରେ ନିରିହ ବସ୍ତି ବାସିନ୍ଦା ଜାଗା ଛାଡିଥିଲେ। ହେଲେ ଏ ପର୍ଯ୍ୟନ୍ତ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଯଦି ଏହି ସବୁ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନକରାଯାଏ ବସ୍ତିବାସିନ୍ଦା ରାଜରାସ୍ତାକୁ ଓହ୍ଲେଇବାକୁ ଚେତାବନୀ ଦେଇଛନ୍ତି।