ବାହାରିଲା କ୍ଷେପଣାସ୍ତ୍ର, ଇରାନ ନୁହେଁ ଏଥର ରୁଷ କରିବ ଯୁଦ୍ଧ

ଯେଉଁ କଥାକୁ ନେଇ ପୁରା ବିଶ୍ୱ ଡରୁଥିଲା ଏବେ ତାହା ହିଁ ହେଲା , ଯେଉଁ ରୁଷକୁ ଡରୁଥିଲେ ଆମେରିକା ଓ ଇସ୍ରାଏଲ ଏବେ ସେହି ରୁଷ ସାମ୍ନାକୁ ଆସିଛି ଆଉ ଯୁଦ୍ଧ ପାଇଁ ସଜବାଜ ହେଉଥିବା ମଧ୍ୟ ଚର୍ଚା ଜୋର ଧରିଲାଣି | କାରଣ ଲଗାତାର ଗୋଟିଏ ଦେଶ ଉପରେ ଆଜିକୁ 10 ଦିନ ଧରି ଆମେରିକା , ଇସ୍ରାଏଲ ଓ ପଡୋଶୀ ରାଷ୍ଟ୍ର ମାନେ ଯେଉଁଭଳି ଆକ୍ରମଣ କରୁଛନ୍ତି ତାକୁ ଦେଖି ଆଉ ସହି ପାରିଲାନି ବନ୍ଧୁ ରାଷ୍ଟ୍ର ରୁଷ | ବଢୁଥିବା ଉତ୍ତେଜନା ମଧ୍ୟରେ ଏବେ ଖୋଲାଖୋଲି ଭାବେ ଇରାନ ସପକ୍ଷରେ ବାହାରିଛି ରୁଷ୍। ଆମେରିକା ଓ ଇସ୍ରାଏଲ ବିରୋଧୀ ଯୁଦ୍ଧରେ ରୁଷ୍ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇନଥିଲେ ମଧ୍ୟ ଇରାନକୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦେଉଛି। ବିଶେଷ କରି ଆମେରିକାର ସାମରିକ ଗତିବିଧି ଓ ଗୁଇନ୍ଦା ସୂଚନା ପ୍ରଦାନ କରି ରୁଷ୍, ଇରାନର ଶକ୍ତି ପାଲଟିଛି। ସାମ୍ପ୍ରତିକ ସ୍ଥିତିରେ ଲେବାନନ୍‌ର ବେରୁଟ୍‌ରେ ଫସି ରହିଥିବା ଇରାନର ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ ନାଗରିକଙ୍କୁ ରୁଷ୍ ଏହାର ସ୍ୱତନ୍ତ୍ର ବିମାନ ଯୋଗେ ଉଦ୍ଧାର କରିଛି। ଲେବାନନ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଶନିବାର ରାତିରେ ରୁଷ୍‌ର ଏକ ବିମାନ ଯୋଗେ ୧୧୭ ଜଣ ଇରାନୀ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଏହି ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଇରାନର ରାଷ୍ଟ୍ରଦୂତ ଏବଂ ଦୂତାବାସର ଅନ୍ୟାନ୍ୟ ପ୍ରମୁଖ କର୍ମଚାରୀ ରହିଛନ୍ତି। ସୂଚନାଯୋଗ୍ୟ ଯେ, ବେରୁଟ୍‌ରେ ସକ୍ରିୟ ଥିବା ଇରାନ ସମର୍ଥିତ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ନିପାତ କରିବା ପାଇଁ ଇସ୍ରାଏଲ ଏବେ ଆକ୍ରମଣକୁ ଜୋରଦାର କରିଛି। ଇସ୍ରାଏଲର ଏହି ନିରନ୍ତର ଏୟାରଷ୍ଟ୍ରାଇକ୍ ଯୋଗୁଁ ଲେବାନନ୍‌ରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଇସ୍ରାଏଲର ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୩୯୪ ଜଣ ନିରୀହ ନାଗରିକଙ୍କର ମୃତ୍ୟୁ ହେଲାଣି। ଏଭଳି ସଙ୍କଟ ସମୟରେ ରୁଷ୍‌ର ସହାୟତା ଇରାନ ପାଇଁ ଏକ ବଡ଼ ଆଶ୍ୱସ୍ତି ପାଲଟିଥିବା ବେଳେ, ଏହା ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିଛି। ଇସ୍ରାଏଲ ପକ୍ଷରୁ ରବିବାର ଇରାନର ଇସ୍‌ପାହାନ ବିମାନ ବନ୍ଦର ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଇରାନ ବାୟୁସେନାର ଏକ ଏଫ୍‌-୧୪ ଯୁଦ୍ଧବିମାନ ନଷ୍ଟ ହୋଇଥିବାର ସୂଚନା ମିଳିଛି। ଏହାବ୍ୟତୀତ ଇସ୍ରାଏଲର ଲଢୁଆ ଜେଟ୍‌ଗୁଡିକ ଇରାନ ରାଜଧାନୀ ତେହେରାନରେ ଥିବା ତୈଳ ଡିପୋ ଏବଂ ବିଶୋଧନାଗାର ଉପରେ ବୋମାମାଡ କରିଥିବା ଜଣାପଡିଛି। ଏହି ଆକ୍ରମଣ ପାଇଁ ଇରାନ ପକ୍ଷରୁ ଇସ୍ରାଏଲ ଓ ଆମେରିକାକୁ ଦାୟୀ କରାଯାଇଛି। ଆମେରିକା ଏହାର ଫଳ ଭୋଗିବ ବୋଲି ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଆଗକୁ ଆମେରିକା ଓ ରୁଷ ମଧ୍ୟରେ ଯଦି ପତ୍ୟକ୍ଷ କିମ୍ବା ପରୋକ୍ଷରେ ଯୁଦ୍ଧ ଆରମ୍ଭ ହୋଇଯାଏ ତେବେ ଏହା ପୁରା ବିଶ୍ୱ ପାଇଁ ଏକେ ବଡ ବିପଦ ସୃଷ୍ଟି କରିବା ନେଇ ଆଶଙ୍କା