
ଦିନକୁ ଦିନ ବଢ଼ିବାରେ ଲାଗିଛି ଯୁଦ୍ଧ ଘନଘଟା | ଗୋଟିଏ ପଟେ ଇରାନ ଅନ୍ୟପଟେ ଇସ୍ରାଏଲ ଓ ଆମେରିକା | ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ଇରାନ ତରଫରୁ ସବୁ ପ୍ରକାର ଚେଷ୍ଟା ସତ୍ୱେ ଦେଶର ସର୍ବୋଚ୍ଚ ନେତାଙ୍କୁ ବଞ୍ଚାଇ ପାରିଲାନି ଇରାନ | କାରଣ ଇରାନ କୁ କେବଳ ଇସ୍ରାଏଲ ନୁହେଁ ବରଂ ପଛପଟୁ ଅନେକ ରାଷ୍ଟ୍ର ଛୁରୀ ମାରୁଥିବା କଥା ଏବେ ସାମ୍ନାକୁ ଆସିଛି | ଆମେରିକା , ସାଉଦି ଅରବିଆ ଭଳି ଅନେକ ରାଷ୍ଟ୍ର ଇସ୍ରାଏଲ କୁ ସମସରଥନ ଦେବା ସହ ପରୋକ୍ଷରେ ଇରାନ ସହ ଯୁଦ୍ଧ ଜାରି ରଖିଛନ୍ତି | ଯାହାର ଭୟଙ୍କର ପରିଣାମ ଭୋଗୁଛି ଇରାନ | ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଭୟଙ୍କର ଆକ୍ରମଣ ପରେ ଧ୍ୱଂସ ହେଲା ଇରାନ ର IRGC ମୁଖ୍ୟାଳୟ କରି ଦିଆଯାଇଛି | | ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କ ମୃତ୍ୟୁ ପରେ ପଶ୍ଚିମ ଏସିଆରେ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି। ରବିବାର ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ସାମରିକ ଘାଟିଗୁଡ଼ିକ ଉପରେ ଏକ ଯୋଜନାବଦ୍ଧ ଓ ବଡ଼ ଧରଣର ଆକ୍ରମଣ କରାଯାଇଛି।

ଆମେରିକୀୟ ସେନା ଇରାନର ଶକ୍ତିଶାଳୀ ‘ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ’ ବା IRGC ର ମୁଖ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଥିବା ଦାବି କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏହି ଅପରେସନର ଏକ ଭିଡିଓ ଜାରି କରି କହିଛି ଯେ, ଗତ ୪୭ ବର୍ଷ ମଧ୍ୟରେ ହଜାରେରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ପାଇଁ IRGC ହିଁ ଦାୟୀ ଥିଲା। ସେଣ୍ଟକମ୍ ଏହି ସଫଳ ଅପରେସନକୁ “ସାପର ମୁଣ୍ଡ କାଟି ଦିଆଯାଇଛି” ବୋଲି ବର୍ଣ୍ଣନା କରିବା ସହ ବିଶ୍ୱକୁ ଚେତାବନୀ ଦେଇଛି ଯେ, ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ରହିଛି। ବର୍ତ୍ତମାନ IRGC ର କୌଣସି ଅସ୍ତିତ୍ୱ ବା ମୁଖ୍ୟାଳୟ ବାକି ନାହିଁ ବୋଲି ଆମେରିକା ଦାବି କରିଛି।

ଅନ୍ୟପଟେ, ଇସ୍ରାଏଲ ସେନା ମଧ୍ୟ ଏହି ଆକ୍ରମଣରେ ସାମିଲ ହୋଇ ଇରାନର ୧୨ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସାମରିକ କେନ୍ଦ୍ରକୁ ଟାର୍ଗେଟ କରିଛି। ଏଥିମଧ୍ୟରେ IRGC ସହ ଜଡିତ ବିଭିନ୍ନ ଗୁପ୍ତଚର ମୁଖ୍ୟାଳୟ।, IRGC ବାୟୁସେନା କମାଣ୍ଡ ସେଣ୍ଟର, ଓ ଇରାନର ଆଭ୍ୟନ୍ତରୀଣ ସୁରକ୍ଷା ମୁଖ୍ୟାଳୟ ରହିଛି |
ରବିବାର ରାତିରେ ତେହେରାନରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ବେଳେ, ଇରାନ ମଧ୍ୟ ଚୁପ୍ ବସି ନାହିଁ। ଜବାବରେ ଇରାନ ପକ୍ଷରୁ ଇସ୍ରାଏଲ, ସାଉଦି ଆରବର ରାଜଧାନୀ ରିୟାଦ, ଦୁବାଇ ଏବଂ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରକୁ ଶତାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ ନିକ୍ଷେପ କରାଯାଇଛି। ଶନିବାର ଖାମନେଇଙ୍କ ମୃତ୍ୟୁ ପରେ ରବିବାର ଦିନସାରା ଜାରି ରହିଥିବା ଏହି ରକ୍ତାକ୍ତ ସଂଘର୍ଷ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଏହି ବଡ ଆକ୍ରମଣରେ ଇରାନ ର 48 ଜଣ ଶୀର୍ଷ ନେତୃତ୍ୱଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କରିଛି ଆମେରିକା | କେବଳ ସେତିକି ନୁହେଁ , ଆମେ ସାପ ର ମୁଣ୍ଡ କାଟି ଦେଇଛୁ ଅର୍ଥାତ ଇରାନ ସର୍ବୋଚ୍ଚ ନେତୃତ୍ୱଙ୍କୁ ମାରିବା ସହ ବଡ଼ ସାମରିକ ଅନୁଷ୍ଠାନ କୁ ଧ୍ବଂସ କରିଥିବା କଥାକୁ ସେ ପରୋକ୍ଷରେ ମାନିଛନ୍ତି | ତେବେ ଆଗକୁ ଏହି ଯୁଦ୍ଧ 4 ସପ୍ତାହ ଧରି ଚାଲିବା ନେଇ ଆକଳନ କରିଛନ୍ତି ଟ୍ରମ୍ପ | ଆଉ ଏହି 28 ଦିନ ଭିତରେ ପୁରା ଇରାନ ମାଟିରେ ମିଶିଯିବା ନେଇ ଚର୍ଚା ଜୋର ଧରିଛି | ତେବେ ଚୀନ ଓ ରୁଷ ଭଳି ବଡ ବଡ଼ ଦେଶ ମଧ୍ୟ ଏହି ଯୁଦ୍ଧରେ ସାମିଲ ହେବା ନେଇ ଆଶଙ୍କା କରାଯାଉଛି | ତେବେ ଆଗକୁ ଦେଖିବାକୁ ବାକି ରହିଲା ଏହି ଯୁଦ୍ଧ କେଉଁ ଆଡକୁ ଗତି କରୁଛି |