JEE Main ରେ ଯାଜପୁର ରୋଡ Aakash Institute ର ସଫଳତା

ଚଳିତ ବର୍ଷ JEE Main ପରୀକ୍ଷାରେ ଯାଜପୁର ରୋଡ ଅବସ୍ଥିତ Aakash Institute ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିଛନ୍ତି।

ଦ୍ୱିତୀୟ ବର୍ଷରେ ପ୍ରବେଶ କରିଥିବା ଏହି ସଂସ୍ଥାରୁ ତିନିଜଣ ଛାତ୍ରଛାତ୍ରୀ 90 ଶତକଡାରୁ ଅଧିକ ନମ୍ବର ପାଇ ସଂସ୍ଥାର ଗୌରବ ବଢ଼ାଇଛନ୍ତି। ଯାଜପୁର ରୋଡ ଶାଖାର ମୁଖ୍ୟପରିଚାଳକ ଅସିତ ବରଣ ଏହି ସୂଚନା ଦେଇଛନ୍ତି।

ଚଳିତ ବର୍ଷର ଫଳାଫଳରେ ତେଜସ୍ୱନୀ ବେହେରା 98.99%, ସାଂସ୍କୃତି ଭାଇରଗେଡ଼ 90.77% ଏବଂ ସନ୍ଦୀପ ସୌରଭ 90.63% ନମ୍ବର ରଖି ସଫଳ ହୋଇଛନ୍ତି। ଏହି ଅବସରରେ ସଂସ୍ଥା ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ମିଠା ବଣ୍ଟନ କରାଯାଇଥିଲା।

୩୭ ବର୍ଷର ପୁରାତନ ଏହି ଶିକ୍ଷାନୁଷ୍ଠାନ ସର୍ବଭାରତୀୟ ସ୍ତରରେ ପ୍ରାୟ ୪୦୦ଟି ଶାଖା ସହ କାର୍ଯ୍ୟରତ। ରାଜ୍ୟରେ ୨୨ ବର୍ଷ ଧରି ଶିକ୍ଷାଦାନ କରି ଏହା ଅନେକ ସଫଳତା ହାସଲ କରିଛି ବୋଲି ଡାଇରେକ୍ଟର ତାପସ ନନ୍ଦ କହିଛନ୍ତି। ଅଧ୍ୟାପିକା ନିତୁ ଜେନ ସହିତ ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ସଫଳତା ସମ୍ଭବ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଚଳିତ ଶିକ୍ଷାବର୍ଷରେ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀଙ୍କ ଭର୍ତ୍ତି ପାଇଁ ପ୍ରୟାସ ଚାଲିଥିବା ସୂଚନା ମିଳିଛି।