ଇତିହାସ ରଚନା ପାଇଁ ମଇଦାନକୁ ଓହ୍ଲାଇଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଆଜି ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ । ଚଳିତ ବର୍ଷ ଭାରତୀୟ ଦଳ ‘ଡିଫେଣ୍ଡିଂ ଚାମ୍ପିଅନ୍’ ଭାବେ ପଡ଼ିଆକୁ ଓହ୍ଲାଇବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି । ୨୦୨୪ ମସିହାରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଭାରତ ଇତିହାସ ରଚିଥିଲା । ତେବେ ଟି-୨୦ ବିଶ୍ୱକପ୍ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଦଳ କ୍ରମାଗତ ଭାବେ ଦୁଇଥର ଟାଇଟଲ୍ ଜିତିବାରେ ସଫଳ ହୋଇନାହାନ୍ତି । ଏହି ଅପରାଜେୟ ଧାରାକୁ ଭାଙ୍ଗି ଏକ ନୂଆ ରେକର୍ଡ କରିବା ଲକ୍ଷ୍ୟରେ ରହିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ।