ଯଦିଓ ଦୈନନ୍ଦିନ ଚା’ରେ ଚିନି କମ କରିବା ଏକ ଛୋଟ ପରିବର୍ତ୍ତନ ଲାଗେ, ତଥାପି ଏହାର ଶାରୀରିକ ଲାଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ବିଶେଷଜ୍ଞମାନଙ୍କ କହିବାନୁସାରେ, ଚିନି ଛାଡ଼ିବା ପରେ ଶରୀର ଯେପରି ଧୀରେ ଧୀରେ ଖାପ ଖୁଆଏ, ତାହା ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦିଏ |

ପ୍ରଥମ ସପ୍ତାହରୁ ବିନା ଚିନିରେ ଚା ପିଇବା ସହଜ ନୁହଁ | ଜିହ୍ବା ଓ ମସ୍ତିଷ୍କ ଶୀଘ୍ର ସନ୍ତୋଷ ପାଇଁ ଚିନିରେ ଅଭ୍ୟସ୍ତ ଥିବାରୁ ଆମକୁ ସ୍ୱାଦ ନ ଲାଗିପାରେ | ଶକ୍ତି ହ୍ରାସ ମୁଣ୍ଡବିନ୍ଧା ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ | କିନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟମାନଙ୍କ କହିବା ଅନୁଯାୟୀ, କେବଳ ଏକ ସପ୍ତାହ ପରେ ରକ୍ତଶର୍କରା ସ୍ତର ସ୍ଥିର ହେବା ଆରମ୍ଭ କରେ | ବାରମ୍ବାର ଗ୍ଲୁକୋଜ୍ ବୃଦ୍ଧି ନ ହେବା ଫଳରେ ଇନସୁଲିନ୍ ସମ୍ବେଦନଶୀଳତାରେ ଉନ୍ନତ ହୁଏ |ଚିନି କମେଇବାର ପ୍ରାୟ 14 ଦିନ ପରେ ସ୍ୱାଦ ଇନ୍ଦ୍ରିୟ ପୁନଃ ସ୍ବାଭାବିକ ହୁଏ | ଚା, କ୍ଷୀର ଓ ଫଳର ପ୍ରାକୃତିକ ମିଠା ଅଧିକ ସ୍ପଷ୍ଟ ଅନୁଭବ ହୁଏ | ଖାଇବା ପରେ ଥକାପଣ ଓ ମନୋଦାଶାର ପରିବର୍ତ୍ତନ କମିଯାଏ | ଗୋଟେ ମାସ ପରେ ଚିନି ବିନା ଚା ପିଇବା ସହଜ ହୋଇଯାଏ | ଓଜନ ହ୍ରାସ, ବିଶେଷକରି ପେଟରେ ଚର୍ବି କାମିଜଏ ,ଚର୍ମରେ ଉନ୍ନତି, ବ୍ରଣ କମିବା ସହ ହୃତ୍ପିଣ୍ଡ ଓ ଯକୃତ ଭଲ ରୁହେ | କୋଲେଷ୍ଟ୍ରଲ୍ ମଧ୍ୟ କମିଯାଏ | ବିଶେଷଜ୍ଞମାନଙ୍କ ମତାନୁସାରେ, ଚିନି ଛାଡିବା ପରେ ଯେତେବେଳେ ଜିହ୍ବା ନୂଆ ସ୍ୱାଦକୁ ଅଭ୍ୟସ୍ତ ହୋଇଯାଏ, ତେବେ ପୁଣି ଚିନି ଖାଇବାକୁ ଇଚ୍ଛା ହୁଏନି।