
ଖବର ଅନୁଯାୟୀ, ଗତ ବର୍ଷ ସେପ୍ଟେମ୍ବର ୪ ତାରିଖରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଥିଲା | ପରବର୍ତ୍ତୀ ସମୟରେ ଭଲ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତି କରାଯାଇଥିଲା | ଦୀର୍ଘ ସମୟ ଧରି ICUରେ ଚିକିତ୍ସାଧୀନ ରହିବା ପରେ ଅକ୍ଟୋବର ୨୩ ତାରିଖରୁ ସେ ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲିଲେ। ଫୁସଫୁସ ସଂକ୍ରମଣ ସହ ଏକାଧିକ ରୋଗରେ ପୀଡ଼ିତ ଥିବା ଅଭିଜିତ ମଜୁମଦାର କିଛି ସମୟ ପାଇଁ କୋମାକୁ ମଧ୍ୟ ଚାଲିଯାଇଥିଲେ | ଚିକିତ୍ସା ପରେ ସେ କିଛି ମାତ୍ରାରେ ସୁସ୍ଥ ହୋଇ ଘରକୁ ଫେରିଥିଲେ | କିନ୍ତୁ ଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗଡ଼ିଯିବାରୁ ପୁଣି କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ସେ ପରଲୋକ ପ୍ରାପ୍ତ କରିଛନ୍ତି |
ଅଭିଜିତ ମଜୁମଦାର ଓଲିଉଡ ସଙ୍ଗୀତ ଜଗତରେ ଏକ ପରିଚିତ ନାମ ଥିଲେ | ସେ ୫୦ରୁ ଅଧିକ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସହ ବହୁ ଆଲବମ ପାଇଁ ମଧ୍ୟ ସଙ୍ଗୀତ ଦେଛନ୍ତି | ଏହାସହିତ ସେ ଏକାଧିକ ଫିଲ୍ମରେ ନିଜ ଗୀତ ଗାଇ ମଧ୍ୟ ଦର୍ଶକଙ୍କ ମନ ଜିତିଥିଲେ | ତାଙ୍କର ପରଲୋକ ହେବ ଦ୍ୱାରା ଓଲିଉଡ ଶିଳ୍ପୀମହଲ , ସଙ୍ଗୀତଜଗତ ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି | ଓଲିଉଡ ସଙ୍ଗୀତ ଜଗତରେ ତାଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିବ |