PMO ର ନାମ ଏବେ ସେବା ତୀର୍ଥ ହେବ

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ନାମ ପରିବର୍ତ୍ତନ କରି ସେବା ତୀର୍ଥ କରିଛନ୍ତି। ସାରା ଦେଶରେ ଥିବା ରାଜ ଭବନ ଗୁଡିକୁ ଲୋକ ଭବନ କୁହାଯିବ। କେନ୍ଦ୍ରୀୟ ସଚିବାଳୟକୁ କର୍ତ୍ତବ୍ୟ ଭବନ ନାମରେ ନାମିତ କରାଯିବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୁଚାଇଛି , “ଆମେ କ୍ଷମତାରୁ ସେବାକୁ ସ୍ଥାନାନ୍ତର କରୁଛୁ। ଏହି ପରିବର୍ତ୍ତନ ପ୍ରଶାସନିକ ନୁହେଁ, ବରଂ ସାଂସ୍କୃତିକ। ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ପ୍ରମୁଖ ପରିବର୍ତ୍ତନ ଚାଲିଛି।”

ପୂର୍ବରୁ, କେନ୍ଦ୍ର ସରକାର ରାଜପଥର ନାମ କର୍ତ୍ତବ୍ୟ ପଥ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ବର୍ତ୍ତମାନ ଲୋକ କଲ୍ୟାଣ ମାର୍ଗ କୁହାଯାଏ। ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ରେସକୋର୍ସ ରୋଡ୍ କୁହାଯାଉଥିଲା, ଯାହାକୁ 2016 ରେ ପରିବର୍ତ୍ତନ କରାଯାଇଥିଲା।

ଗତବର୍ଷ ରାଜ୍ୟପାଳ ସମ୍ମିଳନୀରେ ହୋଇଥିବା ଆଲୋଚନାକୁ ଉଦ୍ଧୃତ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ରାଜଭବନ ନାମ ଏକ ଉପନିବେଶବାଦୀ ମାନସିକତାକୁ ପ୍ରତିଫଳିତ କରେ। ତେଣୁ, ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏବେ ଲୋକଭବନ ଏବଂ ଲୋକନିବାସ ଭାବରେ ଜଣାଶୁଣା ହେବ।