୩୯ ବର୍ଷ ପରେ ଏକାଠି ହେଲେ ଗୁରୁଶିଷ୍ୟ

ଦୀର୍ଘ ୩୯ ବର୍ଷର ବ୍ୟବଧାନ ପରେ ଏକାଠି ହେଲେ ଗୁରୁଶିଷ୍ୟ ,ସୃଷ୍ଟି ହେଲା ଭାବବିହୋଳ ପରିବେଶ । ଚାନ୍ଦବାଲି ବ୍ଲକର ସର୍ବ ପୁରାତନ ମତୋ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହାର ଛାତ୍ରଛାତ୍ରୀ ମାନେ ଏକାଠି ହୋଇଥିଲେ ।

ମତୋ କଲ୍ୟାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ ସହ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୯୮୬ ବ୍ୟାଚ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ସ୍କୁଲ ଜୀବନର ସ୍ମୃତିକୁ ମନେ ପକାଇ ପରଷ୍ପର ଙ୍କୁ ଭାବ ଆଦାନ ପ୍ରଦାନ କରିଥିଲେ ।

ସେହିପରି ସେତେବେଳେର ଶିକ୍ଷକ ପଞ୍ଚାନନ ପଲାଇ, ବିମୋହିତ ଦାସ, ଅର୍ଜୁନ ଚରଣ ସାହୁ, ବୁଧିରାମ ରାଉତ, ସ୍ବର୍ଗତ ବଂଶୀ ଧର ନାୟକ, ଜନାର୍ଦ୍ଦନ ସାହୁ (କିରାଣୀ) ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପର୍ଥନା କରିବା ପରେ ସଭା ଅନୁଷ୍ଠିତ ହୋଇଥିଲା ।

ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଛାତ୍ର ଛାତ୍ରୀ ମାନେ କୃତିତ୍ୱ ଅର୍ଜନ କରି ଅବସ୍ଥାପିତ ହୋଇ ଥିବାରୁ ଗର୍ବ ଅନୁଭବ କରିବା ସହ ସେମାନକୁ ଆଶୀର୍ବାଦ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶିକ୍ଷକ ମାନଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଥିଲା।

ଏଥିସହିତ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ଗୋଲକ ବିହାରୀ ସାହୁ,ନିମାଇ ଚରଣ ଦାସ, ପୁରୁଷୋତ୍ତମ ପରିଡ଼ା, ଗୋବର୍ଦ୍ଧନ ପରିଡ଼ା, ଅନୁସୟା ବରାଳ, ଉମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।