ଭାରସାମ୍ୟ ହରାଇ ଡିଭାଇଡରରେ ଚଢିଲା ବସ

୫୨୦ ନମ୍ବର ଜାତୀୟ ରାଜପଥ ନିକଟରେ ସଡକ ଦୁର୍ଘଟଣା | ବିଲେଇପଦା ଟୋଲଗେଟ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଯାଇଛି ଯାତ୍ରୀବାହୀ ବସ |

ଏକ ଘରୋଇ ଯାତ୍ରୀବାହୀ ବସ କେନ୍ଦୁଝରରୁ ବଡବିଲ କୁ ଫେରୁଥିବା ବେଳେ ବିଲେଇପଦା ନିକଟରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି | ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି |

ଖବରପାଇ ଘଟଣା ସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି |