ବାଲିଆପାଳ ପଞ୍ଚାୟତ ସରପଞ୍ଚ ବନଲତା ଦାସଙ୍କ ନେତୃତ୍ୱରେ ବାଲିଆପାଳ ଗ୍ରାମ ପଞ୍ଚାୟତରେ ମା ‘ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ପରିବେଶ ସୁରକ୍ଷା ଓ ସ୍ୱଛତାରେ ସାମିଲ ହୋଇଥିଲେ ।
ପ୍ରତ୍ୟେକ ଅଂଶ ଗ୍ରହଣକାରୀ ନିଜ ମା’ଙ୍କ ନାମରେ ଓ ସ୍ମୃତିରେ ଚାରାରୋପଣ କରି, ପ୍ରକୃତି ପ୍ରତି ସଜ୍ଞାନ ଓ ସହଯୋଗର ମନୋଭାବ ପ୍ରଦର୍ଶନ କରିଥିଲେ ।
ଛାତ୍ର ଛାତ୍ରୀ ନିଜେ ଲଗାଇ ଥିବା ଗଛର ଯତ୍ନ ନେବା ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଶପଥ ନେଇଥିଲେ ।
ବାଲିଆପାଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଖଗେଶ୍ୱର ମଲ୍ଲିକ, ସରପଞ୍ଚ ବନଲତା ଦାସ, ସରପଞ୍ଚ ପ୍ରତିନିଧି ହେମନ୍ତ କୁମାର ଦାସ,ବାଘା ଯତୀନ ସ୍ମୃତି ପରିଷଦ ସଭାପତି ଅରବିନ୍ଦ ବେହେରା, ମିଡ଼ିଆ ଫୋରମ୍ ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ପଞ୍ଚାୟତ ପରିସର ଓ ବାଲିଆପାଳ କମର୍ଦ୍ଦା ରାସ୍ତାର ଉଭୟ ପାର୍ଶ୍ୱ ରେ ଶତାଧିକ ମୂଲ୍ୟବାନ ବୃକ୍ଷର ଚାରା ରୋପଣ କରିଥିଲେ ।