ନୂଆପଡାରେ ଉପ ନିର୍ବାଚନ ଲଢ଼ିବେ ଅନୁଭବ!

କେନ୍ଦ୍ରାପଡାରେ ନିଜ ଦମରେ ଜିତିଥିଲେ ନା ନବୀନଙ୍କ ଦୟାରୁ ନୂଆପଡ଼ା ଦେବ ପ୍ରମାଣ । ତାରିଖ ହୋଇନି ଘୋଷଣା ହେଲେ ନୂଆପଡାରେ ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ହେଲାଣି ଉଷ୍ମ। ତେବେ ନୂଆପଡାରେ ବିଜେପି ପ୍ରାର୍ଥୀ ହେବେ ଅନୁଭବ ମହାନ୍ତି। ଅରିନ୍ଦମ, ଆକାଶ, ସିଦ୍ଧାନ୍ତ ଅରିନ୍ଦମ ଥଇଥାନ ହେଇଛନ୍ତି। ତେବେ ଭାଇଜାନଙ୍କୁ ଥଇଥାନ ପାଇଁ ମନମୋହନ ନୂଆପଡାରେ ଦେବେ ଟିକେଟ। ତେବେ ନୂଆପଡ଼ାର ବିଜେପି ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଦେହାନ୍ତ ପରେ ସେଠାରେ ୬ ମାସ ଭିତରେ ଉପନିର୍ବାଚନ ହେବା ସମ୍ଭାବନା ଅଧିକ ବଢ଼ିଛି।

ଏଠାରେବିଜେପି ସରକାର ଗଢିବାର ଦେଢ଼ ବର୍ଷ ପରେ ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ବିଜେଡ଼ି ମଧ୍ୟ ଶାସନରୁ ଯିବା ପରେ ଏହା ପ୍ରଥମ ଉପନିର୍ବାଚନ ସାମ୍ନାକୁ କରିବ । ଏହା ୩ ଦଳ ପାଇଁ ଏସିଡି ଟେଷ୍ଟ କୁହାଯାଉଥିବା ବେଳେ ୩ ଦଳ ଭାବି ଚିନ୍ତି ପ୍ରାର୍ଥି ଦେବେ ନହେଲେ ନାକ ନିଶ ତଳେ ପଡ଼ିବ ବୋଲି କୁହାଯାଉଛି। ତେବେ ଏଥର ୩ ଦଳ ନିଜ ନିଜ ପ୍ରାର୍ଥୀ ବି ବଦଳାଇବେ ବୋଲି ଚର୍ଚ୍ଚା ହେଉଛି। ଏଥର ବିଜେପି ନୂଆପଡ଼ାରୁ ପୁର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ସେଠି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।

କାରଣ ୨୦୨୪ ନିର୍ବାଚନରେ ବିଜେଡି ଛାଡି ବିଜେପିରେ ମିଶିଥିଲେ ମଧ୍ୟ ଟିକେଟ ପାଇଁ ଦାବୀ କରିନଥିଲେ। ବରଂ ଦଳ ପାଇଁ ଖୁସି ଖୁସିରେ ପ୍ରଚାର କରିଥିଲେ। ତେବେ ଏବେ ଦଳ ତାଙ୍କ ପାଇଁ କିଛି କରିବା ସମୟ ଆସିଛି ବୋଲି ଭାବିବା ସହ ତାଙ୍କୁ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି। ତେବେ ମୋହନ- ମନମୋହନ ନୂଆପଡାରେ ତାଙ୍କୁ ସୁଯୋଗ ଦେବେ ବୋଲି ମଧ୍ୟ କୁହାଯାଉଛି। ଅନ୍ୟପଟେ ଓଡିଆ ସିନେମା ଇନ୍ଦର୍ଷ୍ଟ୍ରିର ୪ ଜଣ ବଡ଼ ଅଭିନେତା ତଥା ଆକାଶ ଦାସ ନାୟକ, ସିଦ୍ଧାନ୍ତ ମହପାତ୍ର, ଅରିନ୍ଦମ ରାଏ ଓ ଅନୁଭବ ମହାନ୍ତି ବିଜେପିକୁ ଆସିଥିଲେ। ସେତେବେଳ କେବଳ ଭାଇଜାନ ଙ୍କୁ ଛାଡି ସମସ୍ତଙ୍କୁ ଟିକେଟ ମିଳିଥିଲା। ତେବେ ଆକାଶ ଆଉ ସିଦ୍ଧାନ୍ତ ବର୍ତ୍ତମାନର ବିଧାୟକ ହୋଇଥିବା ବେଳେ ଅରିନ୍ଦମ ଅଳ୍ପ ବ୍ୟବଧାନରେ ହରାଇଥିଲେ ।

ହାରିକିବି ଅରିନ୍ଦମ ନିଜେ ପ୍ରାର୍ଥୀ ହୋଇଥିବା ସାଲେପୁର ରେ ବେଶ୍ ଆକ୍ଟିଭ ରହିବା ସହ ବିଧାୟକ ଙ୍କ ଠାରୁ ତାଙ୍କ ଖାତିର ଅଧିକ ବୋଲି କୁହାଯାଉଛି । ଏପଟେ ହେଡକ୍ୱାଟର ରେ ମଧ୍ୟ ତାଙ୍କର ଭଲ ପଡ଼ୁଛି। ତେବେ ଅନୁଭବ ମହାନ୍ତିଙ୍କୁ ଥଇଥାନ କରିବା ମନମୋହନଙ୍କ ପାଇଁ ଦ୍ୟୋନ୍ଦ୍ କରୁଥିଲା । ରାଜ୍ୟସଭାକୁ ପଠାଇବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ତାହା ସମ୍ଭବ ନଥିଲା ତେବେ ନୂଆପଡାରେ ଅନୁଭବ ଙ୍କୁ ଥଇଥାନ କରାଯିବା ବୋଲି କୁହାଯାଉଛି।

ତାଙ୍କ ସିନେମାର ଲୋକ ପ୍ରୀୟତା ବିଜେଡ଼ି ଫଂ ଭାଂଗିବ ବୋଲି କୁହାଯାଉଛି। ସେପଟେ ୨୦୨୪ ରେ ବିଜେପି ପ୍ରାର୍ଥୀ ହୋଇଥିବା ପୁର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଟିକେଟ ପାଇଲେ ମଧ୍ୟ ହାରି ପାରନ୍ତି ବୋଲି କୁହାଯାଇଛି। କାରଣ ସେ ୨୦୨୪ ନିର୍ବାଚନରେ ତୃତୀୟ ସ୍ଥାନରେ ରହିବା ଶହ ଏବେ ସେତେ ତୃଣମୂଳ ସ୍ତରରେ ଏତେ ଆକ୍ଟିଭ ନାହାଁନ୍ତି । ଅନୁଭବ ଏବେ ବିଜେପି ପାଇଁ ସବୁ ଦିଗରୁ ବେଷ୍ଟ ବୋଲି କୁହାଯାଉଛି। ଯଦି ଅନୁଭବଙ୍କୁ ଟିକେଟ ମିଳେ ତାଙ୍କୁ ବିଧାନସଭା ଏଣ୍ଟ୍ରି ହେବ ତାସହ ବିଜେପି ସିଟ୍ ବଢିବା ଏକ ପ୍ରକାର ଥୟ ବୋଲି କୁହାଯାଉଛି। ତେବେ ଦେଖାଯାଉ ଅନୁଭବ ମହାନ୍ତିଙ୍କ ମୁଣ୍ଡରେ ମନମୋହନ ସୁନା କଳସ ଢାଳୁଛନ୍ତି ନା ନାହିଁ।