ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ବିଭିନ୍ନ ପ୍ରକାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ପ୍ରସ୍ଫୁଟିତ କରିବା ଲକ୍ଷକୁ ସରକାର ଆପଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକର ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ପ୍ରତିଭାକୁ ଲୋକଲୋଚନରେ ପ୍ରଦର୍ଶନ କରିବାକୁ ଶିକ୍ଷା ବିଭାଗ ମନୋବଳାଇ ଥିବା ଦେଖିବାକୁ ମିଳିଛି । ଯାହାକି ଆଜି ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆ ଠାରେ ଶିକ୍ଷା ବିଭାଗ ଦ୍ଵାରା ଦୁଇଦିନିଆ ୧୦ ଓ ୧୧ ତାରିଖ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସିଡ଼ିପିଓ ଗୀତାରାଣୀ ସାହୁଙ୍କ ଦ୍ଵାରା ଉଦଘାଟନ ହୋଇଯାଇଥିଲା ।
ଉକ୍ତ ପ୍ରତିଯୋଗିତାଟି ଦୁଇ ଭାଗରେ ବିଭକ୍ତ କରି ପ୍ରତିଯୋଗୀତା କରାଯାଇଛି । ଗୋଟିଏ ଭାଗରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ଅନ୍ୟଟି ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନେ ଭାଗନେଇ ଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ୧୦୦ ମିଟର ରୁ ୮୦୦ ମିଟର ଦୌଡ଼ , ସଟପୁଟ୍ ଡିସକସ୍, ଲଙ୍ଗ ଜମ୍ପ, ହାଇ ଜମ୍ପ , କବାଡି , ଖୋ-ଖୋ , ବ୍ୟାଡମିଣ୍ଟନ, କ୍ରୀକେଟ୍ , ଭଲିବଲ୍ ଏବଂ ଯୋଗ ଇତ୍ୟାଦି ପ୍ରତିଯୋଗୀତା ଆୟୋଜିତ କରାଯାଇଛି । ଉକ୍ତ କ୍ରୀଡା ପ୍ରତିଯୋଗୀତାରେ ୧୫୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବା ନିମନ୍ତେ ନାମ ପଞ୍ଜିକରଣ କରିଛନ୍ତି । ଏହି କ୍ରୀଡ଼ା ପ୍ରତିଯୋଗିତା ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାର ଗଣେଶ ଶବର ସଭାପତିତ୍ୱ କରିଥିବା ବେଳେ ସିଡିପିଓ ଗୀତାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ଚନ୍ଦ୍ର ନାୟକ,ଚନ୍ଦ୍ରପୁର ଏସ୍.ଏସ୍.ଡି. ବାଳକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ ଓ ସିଆରସିସି ରଜନୀକାନ୍ତ ବଳିୟାର ସିଂହ ପରିଚାଳନା କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିଙ୍ଗନା ତାଡିଙ୍ଗ ଓ ବ୍ଲକର ସମସ୍ତ ସିଆରସିସି ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋର ହାତ ବଢ଼ାଇଥିଲେ ।
ବିଭିନ୍ନ ବିଦ୍ୟାଳୟର ପାଞ୍ଚଜଣ କ୍ରୀଡା ଶିକ୍ଷକ ଏହି କ୍ରୀଡାକୁ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା । ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଆପଲ ରାଜୁ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ସହଯୋଗ କରି ଅତିଥି ମାନଙ୍କୁ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭ ମୁହୂର୍ତ୍ତ ଆରମ୍ଭ କରାଯାଇଥିଲା ।