
ସେପ୍ଟେମ୍ବର 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ, ଏହା ସହ ଭାରତକୁ ମିଳିବ ବିଜୟର ବ୍ଲୁ ପ୍ରିଣ୍ଟ, କାହିଁକି ନା ପାକିସ୍ତାନ ମଧ୍ୟ ଏଥିରେ ସାମିଲ ହେବ, ହେଲେ ଏସିଆ କପ 2025 ଆରମ୍ଭ ହେବା ପୂର୍ବରୁ ପାକିସ୍ତାନକୁ ୨୯ ଅଗଷ୍ଟ ଶୁକ୍ରବାରରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ଏବଂ ୟୁଏଇ ବିପକ୍ଷରେ ଏକ ତ୍ରି-ସିରିଜ୍ ମଧ୍ୟ ଖେଳିବାକୁ ପଡିବ। ଗୋଟିଏ ପଟେ ତ୍ରି ସିରିଜ ଏବଂ 14 ସେପ୍ଟେମ୍ବରରେ ଭାରତ ବିପକ୍ଷରେ ଖେଳିବ ମ୍ୟାଚ, ଏବେ ଦେଖିବାକୁ ବାକି ରହିଲା ଯେ ପାକିସ୍ତାନ ଏସିଆ କପ୍ ପୂର୍ବରୁ ଆଫଗାନିସ୍ତାନ ଏବଂ ୟୁଏଇ ବିପକ୍ଷରେ କିପରି ପ୍ରଦର୍ଶନ କରୁଛି?
ଅନ୍ୟପଟେ ଏହି ଦୁଇଟି ଇଭେଣ୍ଟ ପାଇଁ ପାକିସ୍ତାନ ତାର ଦଳ ଘୋଷଣା କରିଛି ହେଲେ ବାବର ଆଜମ, ମହମ୍ମଦ ରିଜୱାନଙ୍କୁ ଅଣଦେଖା କରାଯାଇଛି, ବଦଳରେ ସଲମାନ ଅଲି ଆଗା ଏହି ଦଳର ଅଧିନାୟକ ଅଛନ୍ତି, ଯାହା କ୍ରିକେଟ ଫ୍ୟାନସଙ୍କୁ ଆଶ୍ଚର୍ଯ୍ୟ କରିଛି,
ତେବେ ଏହି ବଡ଼ ମ୍ୟାଚ ପୂର୍ବରୁ, ପାକିସ୍ତାନର ପରଫର୍ମାନ୍ସ ଉପରେ ରହିଛି ସମସ୍ତଙ୍କ ନଜର, ଅତୀତରେ ଦଳ ସାମ୍ନା କରିଥିଲା ଅନେକ ସମାଲୋଚନା, ଯଦି ତ୍ରିସିରଜ ରେ ପାକିସ୍ତାନର ପ୍ରଦର୍ଶନ ଭଲ ନ ହୁଏ, ତେବେ ଭାରତ ପାଇଁ ଭଲ କଥା, ଏହା ସହ ଏସିଆ କପ ପୂର୍ବରୁ ପାକିସ୍ତନକୁ ଆଉଟ ଅଫ ଫର୍ମ ଖେଳାଳିଙ୍କୁ ନିହାତି ଭାବେ ହଟାଇବାକୁ ହେବ,
ଏହାସହ ତ୍ରିସରିଜ ରେ ପାକିସ୍ତାନ ବିପକ୍ଷ ଆଫଗାନିସ୍ତାନ ଓ ୟୁଏଇ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ବିସ୍ଫୋରକ ମ୍ୟାଚ ଖେଳିଥିବାର ରେକର୍ଡ ରହିଛି, ଉଭୟ ଦଳ ୨୦୨୫ ମସିହାରେ ଏସିଆ କପ୍ ମଧ୍ୟ ଖେଳିବେ। ତ୍ରିସିରିଜରେ ପାକିସ୍ତାନ ସମ୍ମୁଖୀନ ହେବାକୁ ଯାଉଥିବା କଡା ଟକ୍କର ମଧ୍ୟରେ ପାକିସ୍ତାନକୁ ୧୪ ସେପ୍ଟେମ୍ବରରେ ଭାରତ ବିପକ୍ଷରେ ଏସିଆ କପ୍ ୨୦୨୫ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଅଛି ଯେଉଁଥିରେ ଉଭୟ ଦଳର ଖେଳାଳିଙ୍କଠାରୁ ଦମଦାର ପ୍ରଦର୍ଶନ ଆଶା କରିଛନ୍ତି ଫ୍ୟାନ୍ସ ।