ବସଷ୍ଟପ ନିର୍ମାଣ ପାଇଁ ଏନଏସି ଅଧ୍ୟକ୍ଷଙ୍କୁ କଲେଜ ଛାତ୍ରଙ୍କ ଦାବୀ

କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ) କେସିଙ୍ଗା ମହାବିଦ୍ୟାଳୟ ସାମ୍ନା ଏବଂ ଜଗନ୍ନାଥ ପଡା ଛକ ନିକଟରେ ଦୁଇଟି ବସଷ୍ଟପ ନିର୍ମାଣ ପାଇଁ କେସିଙ୍ଗା ମହାବିଦ୍ୟାଳୟ ର ଛାତ୍ରନେତା ଅନୁଭବ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ମଙ୍ଗଳ ବାର କେସିଙ୍ଗା ନଗର ପାଳ ନୃପରାଜ ଯାଦବ ଙ୍କୁ ସାକ୍ଷାତ କରି ଦାବିପତ୍ର ପତ୍ର ପଦାନ କରିଥିଲେ | ସେହିପରି ରାସ୍ତାରେ ଗୋଟିଏ ସ୍ପିଡ଼ ବ୍ରେକର ଏବଂ ଡ୍ରାଇଭ ସ୍ଲୋ ସାଇନ ବୋର୍ଡ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି | ତେବେ କଲେଜ ରେ ଅଧ୍ୟୟନ ଛାତ୍ରଛାତ୍ରୀ ପ୍ରାୟ ଖରା, ବର୍ଷା ଏବଂ ଧୂଳି ମାଟିରେ ବସ କୁ ଅପେକ୍ଷା କରୁଥିବା ବେଳେ ଅନେକ ସମସ୍ୟା ହୋଉଥିବା ନେଇ ଏହି ପଦକ୍ଷେପ ଉଠାଇଥିବା ଛାତ୍ର ସଂଘଠନ ପକ୍ଷରୁ କହିଛନ୍ତି |ତେବେ ଏଦିଗରେ ଅତିଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଏନଏସି ନାଗାଲାପାଳ ନୃପରାଜ ଯାଦବ ଛାତ୍ରଛାତ୍ରୀ ଙ୍କୁ ପ୍ରତିଶୃତି ଦେଇଥିବା ଛାତ୍ରନେତା ଅନୁଭବ ପଟ୍ଟନାୟକ ପ୍ରକାଶ କରିଛନ୍ତି |