ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତଥା ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗ୍ରାମ ନିକଟବର୍ତ୍ତୀ ରେଙ୍ଗାଲି କେନାଲ ରାସ୍ତାରେ ଏକ ଯାତ୍ରୀବାହୀ ବସ ଓଲଟି କୋଡିଏ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି l
ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଅଁଳାବେରେଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାର ଜଣାଯାଇଛି l ପରଜଙ୍ଗ ଥାନା କୁମୁସୀ ଗ୍ରାମରୁ ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲା l
କନ୍ତିଓକାଟେଣୀ ଗ୍ରାମ ଦେଇ ଯାଇଥିବା ରେଙ୍ଗାଲି କେନାଲ ରାସ୍ତାରେ ବସ ଟି ଯାଉଥିବା ସମୟରେ ଭରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟି ପଡିଥିଲା l ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ କୋଡିଏ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବାର ଜଣା ଯାଇଛି l