ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ମଧୁସାହୁପାଟଣା ଗ୍ରାମପଞ୍ଚାୟତର ମୋଟରୀ ଗ୍ରାମ ଠାରେ ଇକାର୍ଡା ଓ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ ହରଡ଼ ବିହନ ବଣ୍ଟନ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଇକାର୍ଡା ସହାୟତାରେ ଓସ୍ବା ସଂସ୍ଥା ଦ୍ୱାରା ଆୟୋଜନ କରାଯାଇଥିଲା । ଏହି ହରଡ଼ ବିହନ ବଣ୍ଟନ କାର୍ଯ୍ୟକ୍ରମରେ ଇକାର୍ଡା,ସାଉଥ୍ ଏସିଆଏଣ୍ଡ ଚାଇନାର ରିଜୋନାଲ୍ କୋର୍ଡିନେଟର ଡ.ଶିବକୁମାର ଅଗ୍ରୱାଲ,ଜିଲ୍ଲା ସହ ସହକାରୀ କୃଷି ଅଧିକାରୀ ଶିବନାରାୟଣ ସିଂ, ଇକାର୍ଡାର ରାଜ୍ୟ ମୁଖ୍ୟ ଡ.କିଶୋର କୁମାର ବେହେରା,ଓସ୍ବାର ପରାମର୍ଶଦାତା ସତ୍ୟନାରାୟଣ ମିଶ୍ର, ଶସ୍ୟ ସଂରକ୍ଷଣର ବୈଜ୍ଞାନିକ ସଂଘମିତ୍ରା ସାହୁ, ଓସ୍ବାର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଟ୍ଟନାୟକ, ଇକାର୍ଡାର ଏଫ୍.ପି.ଓ.ବାଣିଜ୍ୟ ବିକାଶ ଅଧୁକାରୀ ମେଘନାଦ ନନ୍ଦ, ମଧୁସାହୁପାଟଣା ଗ୍ରାମର ସର୍ବେଶ୍ୱର ପ୍ରଧାନ ଇକାର୍ଡର ଜିଲ୍ଲା ସଂଯୋଜକ ଆଶିଷ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ୧୦୦ରୁ ଉର୍ଦ୍ଧ୍ୱ ଅଗ୍ରଣୀଚାଷୀ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ ।
ଉକ୍ତ ବୈଠକକୁ ଜି.ଟିର କ୍ଲଷ୍ଟର ପରିଚାଳକ ଶ୍ରୀ ନାରାୟଣ ଖଟୁଆ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ.ବେହେରା ଇକାର୍ଡା ଓ କୃଷି ବିଭାଗ ସହାୟତାରେ ଆମ ଓଡିଶା ରାଜ୍ୟରେ ଢେଙ୍କାନାଳକୁ ମିଶାଇ ୧୦ଟି ଜିଲ୍ଲାରେ କିଭଳି ଭାବେ ହରଡ଼ ଚାଷ କରି ଲାଭବାନ ହୋଇପାରିବେ,ସେହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଜିଲ୍ଲା ସହକାରୀ କୃଷିଅଧିକାରୀ ଉକ୍ତ ସଭାରେ ଉପସ୍ଥିତ ରହି ଇକାର୍ଡା ସମ୍ବନ୍ଧରେ ଓ ହରଡ଼ ଚାଷ ବିଷୟରେ ପରାମର୍ଶ ଦେଇଥିଲେ ।
ଏହି ସଭାରେ ଡ.ଅଗ୍ରୱାଲ ହରଡ଼ ଚାଷ ସଫଳ ହେବା ପାଇଁ ଚାରୋଟି ବିଷୟ ଉପରେ ଗୁରୁତ୍ବ ଦେଇଥିଲେ । ସେଗୁଡିକ ହେଲା ଚାଷୀମାନଙ୍କ ଦ୍ବାରା ସଠିକ୍ ସମୟରେ ବିହନ ବୁଣାଯିବା,ଠିକ୍ ସମୟରେ ଘାସ ବାଛିବା,ଠିକ୍ ସମୟରେ ରୋଗପୋକ ନିୟନ୍ତ୍ରଣ କରିବା ଓ ଠିକ୍ ସମୟରେ ଅମଳ କରିବା ଉପରେ ପରାମର୍ଶ ଦେଇଥିଲେ । ଏହାକୁ ଅବଲମ୍ବନ କରାଗଲେ ଏକର ପ୍ରତି ହାରାହାରି ୧୦ ରୁ ୧୫ କୁଇଣ୍ଟାଲ ହରଡ଼ ଅମଳ କରାଯାଇପାରିବ ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ପରିଶେଷରେ ଦିଲ୍ଲୀପ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ଅତିଥିମାନଙ୍କ କରକମଳରେ ଏଲ୍.ଆର୍.ଜି. ୫୨ କିସମର ହରଡ଼ ବିହନ ୬୨ଜଣ ଚାଷୀଙ୍କୁ ବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ମୋଟରୀ ଗ୍ରାମରେ ଧାଡି ପ୍ରଣାଳୀରେ ହରଡ଼ ବୁଣାଯାଇଥିଲା । ପରେ ଇକାର୍ଡା ଓ ସମସ୍ତ ଅଧିକାରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱନାଥ ଦାସଙ୍କ ସହିତ ହରଡ଼ ଚାଷ ଉପରେ ଆଲୋଚନା କରିଥିଲେ ।
ପରିଶେଷରେ ସମସ୍ତ ଅଧିକାରୀ ଢେଙ୍କାନାଳ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରକୁ ପରିଭ୍ରମଣ କରି ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ଡ.ବିମଳେନ୍ଦୁ ମହାନ୍ତି ଓ ଅନ୍ୟାନ୍ୟ ବୈଜ୍ଞାନିକମାନଙ୍କ ଉପସ୍ଥିତିରେ ହରଡ଼ ଚାଷକୁ ଆଗାମୀ ଦିନରେ କିଭଳି ଅଧିକରୁ ଅଧିକ ଫସଲ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଂଯୋଜକ ପ୍ରକାଶ କୁମାର ସାଠୁଆ,ଆଶୁତୋଷ ଘଡେଇ,ଆଶୀର୍ବାଦ ଜେନା,ଶତୃଘ୍ନ ନାୟକ,ବିଶ୍ଵପ୍ରକାଶ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।