ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ଜଣ ମତ୍ସ୍ଯଜିବୀ ନିଖୋଜ । ବାଲେଶ୍ବର ଜିଲ୍ଲା ଥାନା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ଜନୈକ ଡଙ୍ଗା ମାଲିକ ମଧୁସୂଦନ ଗିରି, ତାଙ୍କ ବାପା ଗୋପାଳ ଗିରି, ମଧୁସୂଦନଙ୍କ ବଡ ଭାଇ ରବିନ୍ଦ୍ର ଗିରି ଏବଂ ତାଙ୍କ ଶଳା ଚୌମୁଖ ଗ୍ରାମର ଜଗନ୍ନାଥ ପାଳ ଗତକାଲି ଠାରୁ ମାଛ ଧରିବାକୁ ଯାଇ ନିଖୋଜ ଅଛନ୍ତି ।
ସମସ୍ତେ ନିୟମିତ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ସମୁଦ୍ରରୁ ମାଛଧରି ଜିବୀକା ନିର୍ବାହ କରନ୍ତି, ମାତ୍ର ଗତକାଲି ସକାଳ ୮ ଟାରୁ ଚାରିଜଣ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବା ଦେଖି ପରିବାର ଲୋକେ କୌଣସି ଅଘଟଣ ଆଶଙ୍କା କରି ବାଲିଆପାଳ ଅଗ୍ନିଶମ ବିଭାଗ ଏବଂ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ ।
ବାଲିଆପାଳ ପୋଲିସ ଏବଂ ତାଳସାରୀ ମେରାଇନ ପୋଲିସ ଡ୍ରୋନ କ୍ୟାମେରା ସାହାଯ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମୂଦ୍ର ରେ ଖୋଜାଖୋଜି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାରି ପତ୍ତା ମିଳୁନି ।