ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ବସିଥିଲା। ଦୁର୍ନୀତି ର ଗନ୍ତାଘର ପାଲଟିଛି କାଶୀପୁର ବ୍ଲକ୍। ସେନେଇ ଆଜି ସରକାରୀ କାର୍ଯ୍ୟ କୁ ତଦନ୍ତ ପାଇଁ ଏକ ସମୀକ୍ଷା ବୈଠକ କରାଯାଉଥିଲା। ରାୟଗଡ଼ା ବିଧାୟକ ଶ୍ରୀ ଆପଲ ସ୍ବାମୀ କାଡ୍ରାକା ଉପସ୍ଥିତ ରହି ସମସ୍ତ ସରକାରୀ କର୍ମଚାରୀ ବିଭାଗୀୟ ଅଧିକାରୀ ତଳିଆ କର୍ମଚାରୀ ଙ୍କୁ ମଧ୍ୟ ୫ ବର୍ଷ କାର୍ଯ୍ୟ ଦ୍ବାୟିତ୍ବ ରେ ଥିବା ସମସ୍ତ ରିପୋର୍ଟ ଦେବା ପାଇଁ ରୋକ୍ ଠୋକ୍ କହିଥିଲେ। ଏହି ସମୀକ୍ଷା ବୈଠକରେ ବ୍ଲକ ର ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ ୧,୮୦,୦୦୦ ଏକ ଲକ୍ଷ ଅଶିଏ ହଜାର ଟଙ୍କା ରେ କ୍ରୟ ହୋଇଥିବା ଏକ ବ୍ୟାଗ୍ ସିମେଣ୍ଟ ମୋନରେଗା ଯୋଜନା ଘଟଣାରେ କାଶୀପୁର ବ୍ଲକ, ସମଗ୍ର ରାଜ୍ୟରେ ଦୁର୍ନୀତି ମାନ୍ୟତା ରେ ଏକନମ୍ବର।
କିଛି ଦିନ ହେବ ରାୟଗଡା ଜିଲ୍ଲା ର କାଶୀପୁର ବ୍ଲକ ପୂଣି ଚର୍ଚ୍ଚାରେ ରହିଛି। ଜଳଛାୟା,କୃଷି ଉଦ୍ୟାନ ବ୍ଲକ ଉନ୍ନୟନ, କୃଷି ବିଭାଗ, କୃଷିଉନ୍ନୟ ଭଳି ବିଭିନ୍ନ ବିଭାଗର ବାବୁ ମାନେ ଦୁର୍ନୀତି ଜାଲରେ ଜଣେ ପରେ ଜଣେ ଛନ୍ଦି ହେଉଛନ୍ତି। ତାହା ଆଖି ଆଗରେ ରଖି ସମସ୍ତ କର୍ମଚାରୀଙ୍କୁ ନିଜ ନିଜର କାର୍ଯ୍ୟ ର ରିପୋର୍ଟ ଦେବା ପାଇଁ କହିଲେ। ବାସ୍ତବିକତା ରେ କାଶୀପୁର ରେ ଯେଉଁଭଳି ସରକାରୀ ବିଭାଗ ମାନଙ୍କରେ ଦୁର୍ନୀତି ହେଉଛି ଏହା ବୋଧେ ସମଗ୍ର ରାଜ୍ୟରେ କେଉଁଠି ହେଉନଥିବା ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କୁ ସମସ୍ତ ତଥ୍ୟ ଦିଆଯିବ ବୋଲି ବିଧାୟକ ଶ୍ରୀ କାଡ୍ରାକା ପ୍ରକାଶ କରିଛନ୍ତି।