ଦୁର୍ନୀତି ଜାଲରେ କାଶୀପୁର ବ୍ଲକ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ବସିଥିଲା। ଦୁର୍ନୀତିର ଗନ୍ତାଘର ପାଲଟିଛି କାଶୀପୁର ବ୍ଲକ୍। ସେନେଇ ଆଜି ସରକାରୀ କାର୍ଯ୍ୟକୁ ତଦନ୍ତ ପାଇଁ ଏକ ସମୀକ୍ଷା ବୈଠକ କରାଯାଇଥିଲା। ରାୟଗଡ଼ା ବିଧାୟକ ଶ୍ରୀ ଆପଲ ସ୍ବାମୀ କାଡ୍ରାକାଙ୍କ ନେତୃତ୍ୱରେ ସମସ୍ତ ସରକାରୀ କର୍ମଚାରୀ, ବିଭାଗୀୟ ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ଉପସ୍ଥିତରେ ୫ ବର୍ଷ କାର୍ଯ୍ୟ ଦାୟିତ୍ୱରେ ଥିବା ସମସ୍ତ ରିପୋର୍ଟ ଦେବା ପାଇଁ ସିଧା ସଳଖ ନିର୍ଦେଶ ଦେଇଥିଲେ।

ସମଗ୍ର ରାଜ୍ୟରେ କାଶୀପୁର ବ୍ଲକ ଦୁର୍ନୀତି ମାନ୍ୟତାରେ ଏକନମ୍ବର। ଏହି  କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ (୧,୮୦,୦୦୦) ଏକ ଲକ୍ଷ ଅଶି ହଜାର ଟଙ୍କାରେ କ୍ରୟ ହୋଇଥିବା ଏକ ବ୍ୟାଗ୍ ସିମେଣ୍ଟ ମୋନରେଗା ଯୋଜନା ଘଟଣା କିଛିଦିନ ହେବ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ପୁଣି ଚର୍ଚ୍ଚାରେ ରହିଛି।

ଜଳଛାୟା,କୃଷି ଉଦ୍ୟାନ ବ୍ଲକ ଉନ୍ନୟନ, କୃଷି ବିଭାଗ, କୃଷିଉନ୍ନନ ଭଳି ବିଭିନ୍ନ ବିଭାଗର ସରକାରୀ ବାବୁମାନେ ଦୁର୍ନୀତି ଜାଲରେ ଜଣେ ପରେ ଜଣେ ଛନ୍ଦି ହେଉଛନ୍ତି। ତାହାକୁ ଆଖି ଆଗରେ ରଖି ସମସ୍ତ କର୍ମଚାରୀଙ୍କୁ ନିଜ ନିଜର କାର୍ଯ୍ୟର ରିପୋର୍ଟ ଦେବା ପାଇଁ ନିର୍ଦେଶ ମିଳିଛି । ବାସ୍ତବରେ କାଶୀପୁରରେ ଯେଉଁଭଳି ସରକାରୀ ବିଭାଗ ମାନଙ୍କରେ ଦୁର୍ନୀତି ବଢି ଚାଲିଛି, ବୋଧ ହୁଏ ସମଗ୍ର ରାଜ୍ୟରେ ଏଭଳି ହରିଲୁଟ ଅନ୍ୟ କେଉଁଠାରେ ହେଉନଥିବା ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କୁ ସମସ୍ତ ତଥ୍ୟ ଦିଆଯିବ ବୋଲି ବିଧାୟକ ଶ୍ରୀ କାଡ୍ରାକା ପ୍ରକାଶ କରିଛନ୍ତି।