ବଲାଣି ଥାନା ମାତିଛନ୍ତି ଗୋରୁ ମାଫିଆ । ରାତି ଅଧରେ ଅବାଧରେ ପ୍ରବେଶ କରି ବୋଲେରୋ ଭଳି ଯାତ୍ରୀ ବାହୀ ହାଲୁକା ଯାନରେ ରାସ୍ତା କିମ୍ବା ରାସ୍ତା କଡରେ ରାତ୍ରିଯାପନ କରୁଥିବା ଗାଈ ଗୋରୁଙ୍କୁ ଟାର୍ଗେଟ କରୁଛନ୍ତି ଗୋରୁ ମାଫିଆ । ସେହି ପରି ବିଳମ୍ବିତ ରାତିରେ ଏକ ବୋଲେରୋ ରେ ଗୋରୁ ଚାଲାଣ କରୁଥିବା ବେଳେ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିବା ପୁଲିସ କହିଛି । ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ। । ପଛରେ ପୁଲିସ ରହିଥିବା ଜାଣି ଗୋରୁ ମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପୁଲିସ ଉକ୍ତ ଗାଡି ଯାଞ୍ଚ କରିବା ପରେ ବୋଲେରୋ ଗାଡ଼ିରେ ୨ଟି ଗୋରୁ ବୋଝେଇ ହୋଇଥିବା ଜାଣି ଉକ୍ତ ଗାଡିକୁ ଜବତ କରିଥିଲେ ହେଁ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାକୁ ସକ୍ଷମ ହୋଇଥିଲେ । ପୁଲିସ ଗାଡ଼ିକୁ ଜବତ କରି ବା ପରେ ଉକ୍ତ ବୋଲେରୋରୁ ଗୋଟିଏ ମୃତ ବଳଦ ଜବତ କରିବା ସହିତ ଗୋଟିଏ ଗାଈକୁ ଜୀବିତ ଅବସ୍ଥାରେ ଜବତ କରିଛି । ଏ ନେଇ ପୁଲିସ ପକ୍ଷରୁ ପ୍ରାଣୀ ଚିକତ୍ସାଧିକାରୀଙ୍କୁ ସୂଚନା ଦିଆଯାଇଥିବା ବେଳେ ମୃତ ବଳଦର ବ୍ୟବଚ୍ଛେଦ ହେବା ସହିତ ଜୀବିତ ଗାଈର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ବଲାଣି ପୁଲିସ ପକ୍ଷରୁ ସୂଚନା ମିଳିଛି ।