
ଲକ୍ଷାଧିକ ଟଙ୍କା ଜବତ, ୧୯ ଗିରଫ
ଜୁଆ ଖେଳୁଥିଲେ, ହେଲେ ଏବେ ପୋଲିସ ଘରେ । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ବିଡ଼ିପୁରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ। ବିଳମ୍ବିତ ରାତିରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଲକ୍ଷାଧିକ ଟଙ୍କା ଜବତ କରିବା ସହ ୧୯ ଜଣଙ୍କୁ ଗିରଫ କରିଛି। ଗଞ୍ଜାମ ଏସ.ପି ଙ୍କ ନିର୍ଦ୍ଧେଶ କ୍ରମେ ଭଞ୍ଜନଗର ଏ.ଡ଼ି.ପି.ଓ ଦୀପକ କୁମାର ମିଶ୍ରଙ୍କ ତତ୍ୱାବଧାନରେ ସଦର ପୋଲିସ ଓ ବରପାଲି ପୋଲିସର ମିଳିତ ଉଦ୍ୟମରେ ବିଡ଼ିପୁର ଠାରେ ଚାଲିଥିବା ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା । ତେବେ ଜଗନ୍ନାଥ ପ୍ରସାଦ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
