ଜମି ହିଡ ସାଜିଛି ଲୋକଙ୍କ ରାସ୍ତା, ଅଵ୍ୟଵସ୍ଥିତ ବ୍ୟବସ୍ଥାରେ ଝାପିଗୁଡା ଗାଁ

ସ୍ଵାଧୀନତାର ଅନେକ ବର୍ଷ ବିତିସାରିଛି ହେଲେ ନାହିଁ ଗାଁ କୁ ରାସ୍ତା ଖଣ୍ଡିଏ ହୋଇ ପାରିଲା, ନାହିଁ ଗାଁ ଲୋକେ ଆମ୍ବୁଲାନ୍ସର ସୁବିଧା ପାଇ ପାରିଲେ। ଅଂଚଳରେ ରାସ୍ତାର ପ୍ରମୁଖ ସମସ୍ୟା ଥିବା ବେଳେ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବାରେ ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ। ଲୋକେ ବାଧ୍ୟ ହୋଇ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବହି ଆମ୍ବୁଲାନ୍ସ ପାଖକୁ ନେଉଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ରାସ୍ତା ନଥିବାରୁ ଜମି ହିଡରେ ଦୈନନ୍ଦିନ ଯାତାୟତ କରୁଛନ୍ତି ଲୋକେ ଏଭଳି ଦୁର୍ଦ୍ଦଶା ର ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ତଲଝାପି ପଞ୍ଚାୟତ ଝାପିଗୁଡା ଗାଁରୁ।

ସେହିପରି ଗାଁ ରେ ପାନୀୟ ଜଳ ର ମଧ୍ୟ ଅଭାବ ଦେଖିବାକୁ ମିଳିଥିବା ବେଳେ ବିଶେଷ ଭାବରେ ଗାଁ ଲୋକେ ନଦୀର ପାଣି ଉପରେ ନିର୍ଭର କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଗାଁର ପ୍ରମୁଖ ସମସ୍ୟା କୁ ନେଇ ଜିଲାପାଳ, ସାଂସଦ, ବିଧାୟକ, ବିଡ଼ିଓ ଏବଂ ସ୍ଥାନୀୟ ନେତା ଙ୍କୁ ଜଣାଇ ମଧ୍ୟ ଏହାର କୌଣସି ସୁଫଳ ମିଳୁନଥିବା ଲୋକେ ଅଶାନ୍ତି ପ୍ରକାଶ କରିଛନ୍ତି।