ବନଖଣ୍ଡ ତରଫରୁ ୭୬ ତମ ବନ ମହୋତ୍ସବ ପାଳିତ

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡର ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଲଲେଇ ନିକଟରେ ଥିବା ବଣାଇଁ ବନବିଭାଗର ନୂତନ ଖେଳପଡିଆ ଠାରେ ୭୬ ତମ ବନ ମହୋତ୍ସବ ବଡ ଧୁମଧାମରେ ପାଳନ କରାଯାଇଛି । ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ମାଆ ପାଇଁ ଗଛଟିଏ” ର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରି ଚାରାଗଛ ରୋପଣ କରିଥିଲେ । ଏହି ଚାରା ରୋପଣ ବେଳେ ବଣାଇଁ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂଗ୍ରକ୍ଷକ ପି. ରାମାଶ୍ବାମୀ, ବଣାଇଁ ଡିଏଫଓ ଲଲିତ କୁମାର ପାତ୍ର, ଏସିଏଫ ନଲିନୀ କାନ୍ତ ବେହେରା, ରେଞ୍ଜର ଦେବାଶିଷ ନାୟକ,ଫରେଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି,ପ୍ରତାପ କୁମାର ସାହୁ, ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ବନ ବିଭାଗ କର୍ମଚାରୀ, ଭିଏସଏସ ସଭାପତି ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।