ବାଲିଆପାଳ ପୋଖରୀ ମାଛ ମଡ଼କ ଘଟଣା: ବିଷ ପ୍ରୟୋଗ ଘଟଣାରେ ଆସିଲା ନୂଆ ମୋଡ଼

ବାଲିଆପାଳ ବ୍ଲକର ଶଙ୍ଖୁଆ ଗ୍ରାମର ଶଙ୍ଖେଶ୍ଵର ପୋଖରୀରେ ବିଷ ପ୍ରୟୋଗ ଘଟଣାରେ ଆଜି ଏକ ନୂଆ ମୋଡ଼ ନେଇଛି। ପୋଖରୀ କୁ ଲିଜ ନେଇଥିବା କୁଞ୍ଜବିହାରୀ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆଜି ପୂର୍ବାହ୍ନରେ ଶଙ୍ଖେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଭିନ୍ନ ତଥ୍ୟ ରଖିଛନ୍ତି ଗ୍ରୁପ ସଦସ୍ୟମାନେ। ଗ୍ରୁପ କୁ କ୍ଷତି ରେ ପକାଇବା ପାଇଁ ଜୁନ ୩୦ ତାରିଖ ମଧ୍ୟରାତ୍ରରେ ପୋଖରୀରେ ବିଷ ପ୍ରୟୋଗ,ସଦସ୍ୟ ମାନଙ୍କର ମନବଳ ଭାଙ୍ଗିବା ସଦସ୍ୟ ମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନ ରୁ ମାରୀ ଦେବାକୁ ଧମକ ଦେଇଛନ୍ତି ଗ୍ରାମର ରବୀନ୍ଦ୍ର ମହାନ୍ତି,ଉଦୟ କୁମାର ସେନାପତି,ମାନସ ମହାନ୍ତି ପ୍ରମୁଖ ବିଶୃଙ୍ଖଳା କରୁଥିବା ର ଅଭିଯୋଗ ଆଣିଲେ ଗ୍ରୁପ ମେମ୍ବର। ପୋଖରୀରେ ବିଷ ପ୍ରୟୋଗ ଘଟଣା ରେ ସଂପୃକ୍ତ ଏହି ୩ ଜଣ ଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ରଞ୍ଜିତା ତ୍ରିପାଠୀ, ସବିତା ମଣ୍ଡଳ, ପଦ୍ମାବତୀ ମଣ୍ଡଳ,ଅନୁସୟା ଜେନା, ବାନ୍ଧବୀ ତ୍ରିପାଠୀ, ବିନତୀ ମଣ୍ଡଳ, ନିରୁପମା ସାହୁ, ମିନତୀ ତ୍ରିପାଠୀ, ସୁପ୍ରଭା ପାତ୍ର,ଅନିତା ସେନାପତି, ଶାନ୍ତିଲତା ସେନାପତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଦାବି କରିଛନ୍ତି