ପାଣିରେ ଭାସିଲା ରାଇରଙ୍ଗପୁର

ବନ୍ୟାରେ ଭାସୁଛି ପୁରା ଗାଁ କ୍ରମାଗତ ୧୦ରୁ ୧୨ ଦିନ ହେବ ଲଗାତାର ବର୍ଷା ଯୋଗୁଁ ଘର ଭିତରେ ଓ ଅଗଣାରେ ଆଣ୍ଠୁଏ ଲେଖାଏଁ ପାଣି ଭର୍ତ୍ତି….ତେବେ ଏହି ଭଳି ଘଟଣା ଦେଖିବାକୁ ମିଳିଛି …ରାଇରଙ୍ଗପୁର ମହୁଲଡିହା ୨ ନମ୍ବର ୱାର୍ଡରେ ଥିବା ସତସଙ୍ଗ କେନ୍ଦ୍ର ତଥା ଆଖପାଖ ଅଞ୍ଚଳରେ …ଲଗାଣ ବର୍ଷା ଯୋଗୁଁ ଘରେ ପାଣି ପଶି ରାସ୍ତାରେ ଚଳ ପ୍ରଚଳ ବାଧା ପ୍ରାପ୍ତ ହେବା ସହ ଥଣ୍ଡା,ଜ୍ବର,ଓ କାଶରେ ପଡୁଛନ୍ତି ଲୋକେ

ଏହା ସହ ଏହି ଅଞ୍ଚଳରେ ଥିବା ସତସଙ୍ଗ କେନ୍ଦ୍ରରୁ ନିର୍ଗତ ହେଉଥିବା ଡ୍ରେନ ସମ୍ମୁଖ ଘର ଅବରୋଧ କରିବା ପରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଉକ୍ତ ……ଡ୍ରେନ ଉପରେ ରାସ୍ତା ସହ କଂକ୍ରିଟ ରୋଡ କରିବା ଓ ଜଳ ନିଷ୍କାସନ ର ମୁଖ୍ଯ ସ୍ଥାନକୁ ଅବରୋଧ କରିବା ଦ୍ବାରା ବର୍ଷାପାଣି ଓ ଘର ପ୍ରଚଳନ ପାଣିଁ ବାହାରକୁ ନ ଯାଇ କୁତ୍ରିମ ବନ୍ୟା ସୁଷ୍ଟି କରିଛି l କିଛି ଜଣଙ୍କ ସଂପୂର୍ଣ୍ଣ ଛାତ ପାଣି ଡ୍ରେନରେ ନ ଛାଡି ସିଧାସଳଖ ରାସ୍ତା ଉପରେ ପଡୁଥିବାରୁ ତଳୁଆ ଥିବା ଘର ଗୁଡିକ ଉପରେ ତାର ପ୍ରଭାବ ସୁଷ୍ଟି ହେଉଛି l

ଫଳରେ କେତେକ ଘର ଭୁଷୁଡି ଯିବା ସହ ଅନ୍ୟ ଘର ଗୁଡିକ ବହୁ ଭାବରେ କ୍ଷତି ହେବାର ଆଶଙ୍କା ସୁଷ୍ଟି ହେଉଛି l ଏ ସଂପର୍କରେ ସ୍ଥାନୀୟ ପୌରାଞ୍ଚଳ ରେ ଅଭିଯୋଗ କଲେ ମଧ୍ଯ ଏ ଯାବତ କୌଣସି କାର୍ଯ୍ଯକାରୀ ହୋଇନାହିଁ l ପାଣି ନିଷ୍କାସନ ନିମନ୍ତେ କାର୍ଯ୍ୟକ୍ରମ ମଧ୍ୟ ଏ ଯାବତ ହୋଇନାହିଁ l ଘର ଗୁଡିକ ଯଦି ଭିଜି ରହେ, ତେବେ ଭୁଷୁଡିବା ସହ ଜନ ଜୀବନ ପ୍ରତି ବିପଦ ସୁଷ୍ଟି ହୋଇପାରେ l ଖୁବ ଶୀଘ୍ର ଏହାର ସ୍ଥାୟୀ ସମାଧାନ ନ କଲେ, ପରିସ୍ଥିତି ଅଣାୟତ ହେବ ବୋଲି ଦାବି କରିଛନ୍ତି ଗ୍ରାମବାସୀ l ଆଜି ରାଇରଙ୍ଗପୁର ପୌରାଞ୍ଚଳ ନିର୍ବାହୀ ଅଧିକାରୀ ଶକୁନ୍ତଳା ହାଁସଦାଃ ଏଠାକୁ ଆସି ଘଟଣାର ତଦନ୍ତ ଜାରି ରଖିଛନ୍ତି l