ସ୍ୱାଧୀନତାର ୭୭ ବର୍ଷ ପରେ ବି ସ୍ବପ୍ନ ପାଲଟିଛି ରାସ୍ତା

ସ୍ୱାଧୀନତାର ୭୭ ବର୍ଷ ପରେ ବି ମୌଳିକ ସୁବିଧା ସାତ ସପନ । ଗାଁରେ ନା ଅଛି ପାନିୟ ଜଳର ସୁବିଧ, ନା ଅଛି ପକ୍କା ରାସ୍ତା , ରହିବା ପାଇଁ ବି ସ୍ଥାୟୀ ପଟ୍ଟା ନାହିଁ। ଦୀର୍ଘ ୫୦ ବର୍ଷ ଧରି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ସରପଞ୍ଚ କିମ୍ବା ଅନ୍ୟ ଜନପ୍ରତିନିଧି ମାନେ ଏହି ଲୋକଙ୍କ କଥା ବୁଝି ନାହାଁନ୍ତି। ଭୋଟ ସମୟରେ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ନେଇ ଜିତିଗଲା ପରେ ଦେଖା ମିଳୁନାହିଁ ।

ଏଭଳି ଘଟଣା ଆସିଛି ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତର ଉତ୍ତର ଭେକ୍ଟ ଗାଁ ରୁ । ଏହି ଗାଁର ଲୋକେ ଦୀର୍ଘ ଦିନ ଧରି ମୌଳିକ ସୁବିଧା ଠାରୁ ବଞ୍ଚିତ ରହିଛନ୍ତି । ଏହି ଗାଁକୁ ଚାଲିବା ପାଇଁ ଭଲ ରାସ୍ତା ନଥିବାରୁ ନାହିଁ ନଥିବାର ଅସୁବିଧା ହେଉଛନ୍ତି ଲୋକେ । କୌଣସି ପ୍ରମାଣ ପତ୍ର ନାହିଁ ଏହି ଗାଁର।

ଅସରାଏ ବର୍ଷା ହେଲେ ଗାଁର ରାସ୍ତା କାଦୁଅ ହୋଇଯାଏ ସେହି କାଦୁଅ ରାସ୍ତାରେ ପଶି ଲୋକେ ଯିବା ଆସିବା କରନ୍ତି। ଖାଲି ଏତିକି ନୁହେଁ ଗାଁରେ କାହାର ସ୍ଥାୟୀ ପଟ୍ଟା ନଥିବାରୁ ବିଦ୍ୟାଳରେ ପଢ଼ୁଥିବା ପିଲାମାନଙ୍କର ଜାତିଭିତ୍ତିକ ପ୍ରମାଣ ପତ୍ର ସହିତ ଅନ୍ୟାନ୍ୟ ସରକାରୀ କାଗଜ ପତ୍ର ମଧ୍ୟ ବାହାରି ପାରୁନାହିଁ । ଅନ୍ୟ ପଟେ ଶୁଦ୍ଧ ପାନୀୟ ପାଣି ଟିକିଏ ନଥିବାରୁ ଗାଁର ମହିଳା ମାନେକିଲୋ ମିଟର ବାଟ ପାଣି ଆଣିବା ପାଇଁ ଯାଉଛନ୍ତି। ତେଣୁ ଗାଁର ସମସ୍ତ ମୌଳିକ ସମସ୍ୟାର ସମାଧାନ କେବେ ହେବ ତାହାକୁ ଅପେକ୍ଷା କରି ରହିଛନ୍ତି ଗ୍ରାମବାସୀ । ଯଦି ଏହାର ତୁରନ୍ତ କୌଣସି ସମାଧାନ କରାନଯାଏ ତେବେ ଆଗକୁ ଥିବା ୨୦୨୭ ପଞ୍ଚାୟତ ନିର୍ବାଚନକୁ ଏମାନେ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି।