ଯାଜପୁରରେ ରଜ କୁଇନ ସିଜିନ-୧, ରଜ କୁଇନ ହେଲେ ଦିବ୍ୟାନ୍ସୀ ଓ ସାନଭି

ଯାଜପୁର ରୋଡ ଚନ୍ଦନ ଜୁଏଲାର୍ସ ତରଫରୁ ସହରର କୁନି କୁନି ପିଲାମାନଙ୍କୁ ନେଇ ଆୟୋଜିତ ହୋଇଥିବା ରଜ କୁଇନର ସିଜିନ-୧ ମେଗା ଅଡିସନ ଆଜି ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ରଜକୁଇନ ସିଜିନ ୧ ରେ ମୋଟ ୮୫ ଜଣ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ ପାଟିସିପେଣ୍ଟ ଙ୍କୁ ମେଗା ଅଡିସନରେ ସୁଯୋଗ ଦିଆଯାଇଥିଲା. ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଯାଜପୁର ରୋଡ ର ଦିବ୍ୟାନ୍ସୀ ବିଶ୍ୱାଳ ପ୍ରଥମ ଓ ଭଦ୍ରକ ର ସାନଭି ମହାନ୍ତି ଦୁତୀୟ ସ୍ଥାନ ଅର୍ଜନ କରିଥିବା ଚନ୍ଦନ ଜୁଏଲାର୍ସ ର ପ୍ରୋପାଇଟର ଚନ୍ଦନ କୁମାର କର୍ମେକାର ସୂଚନା ଦେଇଛନ୍ତି।

ଏଥି ସହିତ ମେଗା ଅଡିସନ ରେ ଭାଗ ନେଇଥିବା ସମସ୍ତ ପାଟିସିପେଣ୍ଟ ମାନଙ୍କୁ ଚନ୍ଦନ ଜୁଏଲାର୍ସ ତରଫରୁ ସାର୍ଟିଫିକେଟ ଓ ଟ୍ରଫି ସହ ୫୦୦୦ ଟଙ୍କା ର ପରଚେଜ କୁପନ ପ୍ରଦାନ କରିବା ସହିତ ରଜ କୁଇନ ହୋଇଥିବା ପ୍ରଥମ ଓ ଦ୍ୱତୀୟ ପାଟିସିପେଣ୍ଟ ଙ୍କୁ ଅନୁଷ୍ଠାନ ତରଫରୁ ଆର୍ଥିକ ରାଶି ୫୩୦୦ ଓ ୩୩୦୦ ଟଙ୍କା ପ୍ରଦାନ କରାଯିବା ସହ ୧୫୦୦୦ ଓ ୧୦୦୦୦ ଟଙ୍କା ର ପରଚେଜ କୁପନ ଦିଆଯାଇଥିବା ରଞ୍ଜନ କୁମାର କର୍ମେକାର କହିଥିଲେ.କୁନି କୁନି ପିଲାମାନଙ୍କ ଭିତରେ ରହିଥିବା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଚନ୍ଦନ ଜୁଏଲାର୍ସର ଏଭଳି ଏକ ଭିନ୍ନ ପ୍ରୟାସକୁ ସହରବାସୀ ପ୍ରଶଂସା କରିଛନ୍ତି।