
କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସାଈକୂଳ ଠାରେ ଭାରତୀୟ ବିଦ୍ୟା ନିକେତନ ଶିଶୁ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଘଷିପୁରା ବ୍ଳକ ସାଈକୂଳ ପଞ୍ଚାୟତ ରେ ଛୋଟ ଛୋଟ ପିଲା ମାନଙ୍କ ପଢିବା ପାଇଁ କୌଣସି ସୁବିଧା ସୁଯୋଗ ମିଳୁ ନଥିଲା ବହୁ ଚେଷ୍ଟା କରି ଛୋଟ ପିଲା ମାନଙ୍କ ସୁବିଧା ପାଇଁ ଭାରତୀୟ ବିଦ୍ୟା ନିକେତନ ଶିଶୁ ମନ୍ଦିର ଖୋଲା ଯାଇଛି।
ଆଜି ପବିତ୍ର ସୁଦଶା ବ୍ରତରେ ପୂଜକ ରାଜୀବ ଲୋଚନ ପଣ୍ଡା ,ହରେକୃଷ୍ଣ ପଣ୍ଡା ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ,କର୍ତ୍ତା ଭାବେ ଦିବାକର ନାୟକ ଓ ଧର୍ମପତ୍ନୀ ସୂଚୀସ୍ମିତା ରାଉତ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ ,ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀ ମାନେ ଗୃହ ପ୍ରବେଶ କରିଥିଲେ ,ଶିଶୁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବହୁ ମାନ୍ୟଗଣ୍ୟ ବେକ୍ତି ଯୋଗ ଦେଇ ପ୍ରଶଂସା କରିଥିଲେ ।ପ୍ରଧାନ ଆଚାର୍ୟ୍ଯ ମଧୁସୂଦନ ପରିଡା ,ଗୁରୁଜୀ ହୃଷିକେଶ ଦାଶ ,ଗୁରୁ ମା ମମତା ପରିଡା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହ ପ୍ରତିଷ୍ଠା ଉତ୍ସବ ରେ ସହଯୋଗ କରିଥିଲେ ।