ଭଣ୍ଡୁ ହେଲା ଶିକାର ଯୋଜନା,ମାଡି ବସିଲା ବନ ବିଭାଗ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ ବାଘପାଲି ନିକଟ ହରିଣାପାଲି ସଂରକ୍ଷିତ ଜଙ୍ଗଲରୁ ତିନି ଜଣ ଶିକାରୀଙ୍କୁ ଗିରଫ କରିଛି ଉଲୁଣ୍ଡା ବନବିଭାଗ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ତାର ବିଛାଯାଇଥିବା ବନବିଭାଗ ଖବର ପାଇଥିଲା। ରେଞ୍ଜର ସୀତାରାମ ଶବରଙ୍କ ନେତୃତ୍ୱରେ ଯାଲୋଏ ଫରେଷ୍ଟର ପ୍ରଦୀପ ଜେନା, ଉଲୁଣ୍ଡା ଫରେଷ୍ଟର ଦିନେଶ ମାଝିଙ୍କ ସମେତ ସ୍କ୍ୱାର୍ଡ ଟିମ୍ ଚଢାଉ କରିଥିଲେ ।

ଚଢାଉ ବେଳେ ସେଠାରୁ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ଜାଲ, ଗୋଟିଏ ଟାଙ୍ଗିଆ,ଜେଇ ତାର ଜବତ ସହ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲେ । ତେବେ ଆଜି ଘଟଣାରେ ସଂପୃକ୍ତ ରାଜେଶ୍ୱର ସେଠୀ, ସୁରୁବାବୁ ବଗର୍ତ୍ତି ଏବଂ ନିରଞ୍ଜନ ଅମାତ କୁ ଆଜି ଗିରଫ କରି ଏକ ମାମଲା ୪୨/୨୫ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଏସିଏଫ୍ ଶ୍ରୀଯୁକ୍ତ ନାଗ ସୂଚନା ଦେଇଛନ୍ତି ।